ଦୁଇ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ୪ ଗୁରୁତର

0
46
ଦୁଇ ଦୁର୍ଘଟଣାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୨୭/୧୦) : ଗତକାଲି ବିଳମ୍ବିତ ରାତ୍ରରେ ରାୟଗଡ଼ା ଜିଲ୍ଲାରେ ପୃଥକ୍ ପୃଥକ୍ ଦୁଇଟି ବାଇକ୍ ଦୁର୍ଘଟଣା ଘଟିଛି ।

ଏହି ଦୁଇ ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ରାୟଗଡା ଜେକେପୁର ଦଶହରା ଉତ୍ସବ ଦେଖି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବାବେଳେ ତିନି ଗୁରୁତର ହୋଇଥିଲେ । ମୃତକ ହେଲେ ରାଜେଶ ଗୁଡ଼ଲା । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଗ୍ନିଶମ ବିଭାଗ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଘଟଣାସ୍ଥଳରେ ରାଜେଶଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଆହତଙ୍କୁ ଚିକିତ୍ସା ନିମନ୍ତେ କୋରାପୁଟ ସ୍ଥାନାନ୍ତର କରାଯାଇଛି । ସେପରି କାଶିପୁର ଥାନା ଅନ୍ତର୍ଗତ ଯୁଡ଼ାମ୍ବରେ ଦୁଇ ବାଇକ୍ ଧକା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହେଇଛନ୍ତି । ତାଙ୍କୁ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।