ଧାରୁଆ ଅସ୍ତ୍ରରେ ଗଳା କାଟି ଫିଙ୍ଗି ଦେଲେ ଦୁର୍ବୃତ୍ତ

0
33
ଧାରୁଆ ଅସ୍ତ୍ରରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୭/୧୦) : ଝୋଲଡୁଙ୍ଗୁରି ଝରକା ପୋଲ ନିକଟରୁ ଅଜଣା ମୃତ ଦେହ ଉଦ୍ଧାର । ବାଦାମପାହାଡ ପୋଲିସ ଖବର ପାଇ ଉକ୍ତ ଘଟଣା ସ୍ଥଳକୁ ପହଞ୍ଚିଥିଲା ।

ଅଜଣା ଯୁବକର ମୃତ ଦେହକୁ ଗ୍ରାମବାସୀଙ୍କ ସହାୟତାରେ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲା । ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଜଣା ପଡୁଥିଲା ଅତି ହିଂସାତ୍ମକ ଭାବେ ଗଳାକୁ ଏକ ଧାରୁଆ ଅସ୍ତ୍ରରେ ଅଧା କାଟି ପିଙ୍ଗି ଦେଇଥିବା ଜଣାପଡିଛି । ଝରକା ପୋଲ ନିକଟରେ ଥିବା ଗଛ ନଟା ବୁଦା ମୂଳରେ ରକ୍ତ ଛିଟା ଓ ରକ୍ତ ଜୁଡୁବୁଡୁ ପଡିଥିବା ନଜରକୁ ଆସିଥିଲା । ଘଟଣା ସ୍ଥଳରେ ବାମନଘାଟୀ ଉପଖଣ୍ଡ ଜିଲ୍ଲା ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ ଓ ବାଦାମପାହାଡ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ବାଦାମପାହାଡ ପୋଲିସ୍ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲା । ପୋଲିସ ଘଟଣା ସମ୍ପର୍କରେ କେସ୍ ରୁଜ୍ଜୁ କରି ହତ୍ୟାକାଣ୍ଡର ତଦନ୍ତ କରୁଅଛି ।