ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ହେଲେ ପ୍ରଶାନ୍ତ ଭୂପତି

0
43
ପାରଳାଖେମୁଣ୍ଡି ଆଦର୍ଶ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୧୦) : ବହୁ ପ୍ରତୀକ୍ଷା ପରେ ପାରଳା ଆଦର୍ଶ ଥାନା ପାଇଛି ଏକ ନୂଆ ଅଧିକାରୀଙ୍କୁ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ହେଲେ ପ୍ରଶାନ୍ତ ଭୂପତି l

ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଦୀର୍ଘ ଦିନ ହେବ ସ୍ଥାୟୀ ଥାନା ଅଧିକାରୀ କେହି ନଥିଲେ, ଏକଦା ଗଜପତି ଜିଲ୍ଲାର ବିଭିନ୍ନ ଥାନା କାଶୀନଗର, ଗାରବନ୍ଧା, ମୋହନା ଭଳି ସ୍ବର୍ଶ କାତର ଥାନାରେ ଦକ୍ଷତାର କାର୍ଯ୍ୟ କରି, ଶେଷ ରେ ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀ ଥିବା ଶ୍ରୀ ପ୍ରଶାନ୍ତ ଭୂପତି ଙ୍କୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଭାବେ ନିଯୁକ୍ତି ମିଳିଛି, ସେ ମଧ୍ୟ ଯୋଗଦାନ କରିଛନ୍ତି l ପାରଳାଖେମୁଣ୍ଡି ଅଞ୍ଚଳ ଏକ ଶାନ୍ତିପ୍ରିୟ ଅଞ୍ଚଳ ହୋଇଥିବାରୁ ପୋଲିସ ପ୍ରଶାସନ କୁ ଲୋକ ଙ୍କ ନିକଟତର କରାଇ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ଭୂପତି କହିଛନ୍ତି l