ଗୌରୀଙ୍କ ଆଗମନ ସହ ଆରମ୍ଭ ହେଲା ହରଗୋୖରୀ ଯାତ୍ରା

0
49
ଗୌରୀଙ୍କ ଆଗମନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୧୦) : ସୋନପୁରର ପ୍ରସିଦ୍ଧ ହରଗୋୖରୀ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି ।WhatsApp Image 2023-10-28 at 10.19.59

ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ରାତିରେ ସୁବର୍ଣ୍ଣମେରୁ ଙ୍କ ନିଜସ୍ଵ ଜମିରୁ ଉତ୍ପନ୍ନ ଜମି ରୁ ଧାନଗଛକୁ ଚନ୍ଦନ ଧୂପ ଓ ନୈବେଦ୍ୟ ସହ ଗୌରୀଙ୍କ ରୂପରେ ଆବାହନ କରି ଢେରାପଡା ସ୍ଥିତ ପୂଜା ମଣ୍ଡପରେ ସ୍ଥାପନା କରାଯାଇଛି । ସଂଧ୍ୟାରେ ପ୍ରଥମେ ମାଁ ବୁଢ଼ିମା ଙ୍କ ପୂଜାର୍ଚ୍ଚନା ପରେ ସେଠାରେ କାଠି ପକାଯାଇଥିଲା ଓ ପରେ ସାହିର ସମସ୍ତେ ସଂକିର୍ତ୍ତନ୍ୟ ମଣ୍ଡଳି ସ଼ହ ଏକ ବିରାଟ ପଟୁଆରରେ ଗୌରୀଙ୍କୁ ଆବାହନ ପାଇଁ ବାହାରିଥିଲେ । ସେଠାରେ ଧାନ ଗଛକୁ ପୂଜାର୍ଚ୍ଚନା ପରେ ଏକ ପିତ୍ତଳ ଥାଳରେ ରଖି ଏକ ଅବିବାହିତ ଯୁବକ ରାମେଶୁ ରାଓ ତାଙ୍କ ମୁଣ୍ଡରେ ଧାରଣ କରି ଆଣିଥିଲେ ।

ରାସ୍ତାର ଉଭୟ ପାର୍ଶ୍ବରେ ଲୋକ ମାନେ ରହି ଗୌରୀ ଙ୍କୁ ଦର୍ଶନ କରିବା ସହ ବିଭିନ୍ନ ପରିବାର‌ପକ୍ଷରୁ ତାଙ୍କ ଘର ସାମ୍ନାରେ ଜଳପୂର୍ଣ୍ଣ କଳସି ରଖି ପୂଜା କରିଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୪ନଭେମ୍ବର ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦସ ଉଲ୍ଲାସର ସହ ପାଳନ ହେବାକୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ।‌ ଦୀର୍ଘ ନଅ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ରେ ଏ ବର୍ଷ ୨୫ଲକ୍ଷ ଟଙ୍କା ର ବ୍ୟୟବରାଦ ହୋଇଥିବା ବେଳେ ୩୦ତାରିଖରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାହେବାପାଇଁ ସ୍ଥିର ହୋଇଛି ।

୩୦ ତାରିଖରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ ମହୋତ୍ସବରେ ବଲାଙ୍ଗୀର ପଞ୍ଚମ ଓ ସୋନପୁରର ପଏଁରୀ ଅନୁଷ୍ଠାନ ଯୋଗଦେବାକୁ ଥିବାବେଳେ ୩୧ ତାରିଖରେ ବିଶିଷ୍ଟ ପାରାୟଣ ଗାୟିକା ପ୍ରାପ୍ତି ଆଚାର୍ଯ୍ୟଙ୍କ ଦ୍ଵାରା ପାରାୟଣ ପରିବେଷଣ କରାହେବ । ୧ ତାରିଖରେ ଭଜନ ସଂଧ୍ୟା’ଭକ୍ତି ଆରାଧନା, ୨ ତାରିଖ ସମ୍ବଲପୁରୀ ଅର୍କେଷ୍ଟ୍ରା ହରିଓଁ ମେଲୋଡ଼ି, ୩ ତାରିଖରେ ରାଞ୍ଚିର ହିନ୍ଦୀ ମେଲୋଡ଼ି ନାଇଟ୍ସ ଇକୋଡିଲା ଇଭେଣ୍ଟସ୍ ଓ ୪ତାରିଖରେ ମାଁ ମାହେଶ୍ଵରୀ ସମ୍ବଲପୁରୀ ଅର୍କେଷ୍ଟ୍ରା ଓ ମଧ୍ୟରାତ୍ର ରୁ ନଗର ପରିକ୍ରମା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l