ମାଦକ ଦ୍ରବ୍ୟ ଭାଙ୍ଗ, ଗୁଟଖା ଏବଂ ପାନ ମସଲାରେ Gst ରଖୁଥିବା ସତ୍ତ୍ଵେ ବିଲରେ ଘଟାଲା

0
45
ମାଦକ ଦ୍ରବ୍ୟ ଭାଙ୍ଗ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୧୦) : ଖଲାମ୍ ଖୋଲା ବିକ୍ରୟ ହେଉଛି ମାଦକ ଦ୍ରବ୍ୟ ଭାଙ୍ଗ, ଗୁଟଖା ଏବଂ ପାନ ମସଲା। ଏହି ସବୁ ଜିନିଷ ପ୍ରତି ସରକାର ଅଧିକ Gst ରଖୁଥିବା ସତ୍ତ୍ଵେ bill ରେ ଘଟାଲା

ଲୁକା ଚୁପାରେ ଏହିସବୁ ମାଦକ ଦ୍ରବ୍ୟ ଆମଦାନୀ ରପ୍ତାନି କରୁଛନ୍ତି ରାୟଗଡା ର କିଛି ବ୍ୟବସାୟୀ । way bill ନ ଥାଇ ଲୋଡ୍ ଲୋଡ୍ ମାଦକ ଦ୍ରବ୍ୟ ଜିଲ୍ଲା ବାହାରକୁ ଯାଉଥିବା ନଜରକୁ ଆସୁଛି । ପ୍ରତ୍ୟେକ ଦିନ ବିନା ବିଲ୍ ରେ ଲକ୍ଷ ଲକ୍ଷ ଟଙ୍କା ର ଗୁଟଖା, ଭାଙ୍ଗ, ପାନ ମସଲା ଏବଂ ଗୁଡ଼ାଖୁ ଭଳି ଜିନିଷ ଖୋଲମ୍ ଖୋଲା ବିକ୍ରୀ ହେଉଛି । ଏପରିକି କିଛି ଅସାଧୁ ବ୍ୟବସାୟୀ ଆଳୁ ପିଆଜ ହିଁ ବିକ୍ରୀ କରୁଛୁ କହୁଛନ୍ତି ଆଉ କିଛି ମିଠା ଓ ଶୁଖିଲା ଖାଦ୍ୟ ବିକ୍ରି କରୁଛୁ ବୋଲି ଦୋକାନ ରେ ବୋର୍ଡ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ଏହିସବୁ ମାଦକ ଦ୍ରବ୍ୟ ବିକ୍ରୀ କରିବା ସହ ସରକାର ଙ୍କୁ ଏଥିରୁ ମିଳୁଥିବା ଟେକ୍ସ ହଡ଼ପ କରୁଛନ୍ତି ।

ବୁଦ୍ଧିଜୀବିଙ୍କ କହିବା ଅନୁଯାୟୀ ଯେଉଁ ପର୍ଯ୍ୟନ୍ତ ପୋଲିସ୍ ପକ୍ଷରୁ ଏବଂ ଅବକାରୀ ବିଭାଗ ପକ୍ଷରୁ ଏହିସବୁ ମାଦକ ଦ୍ରବ୍ୟ ବିକ୍ରୀ କରୁଥିବା ଆସାଧୁ ବ୍ୟବସାୟୀ ମାନଙ୍କୁ ଲଗାମ ନ ଲାଗିବ ସେହି ପର୍ୟ୍ୟନ୍ତ ଏହିସବୁ ଗୁଟଖା, ପାନ ମସଲା, ଖଇନି, ଭାଙ୍ଗ ଓ ଗୁଡାଖୁ ପ୍ରଚୁର ମାତ୍ରା ରେ ବିକ୍ରୟ ହେଉଥିବ ଏଥିରେ ଲଗାମ ଲାଗିବ ନାହିଁ। ଅନ୍ୟପଟେ ଏହିସବୁ ମାଦକ ଦ୍ରବ୍ୟ ର ଅଭ୍ୟାସ ର ବଶବର୍ତ୍ତୀ ସ୍କୁଲ କଲେଜ ରେ ପାଠ ପଢିବା ପିଲାଙ୍କ ବ୍ୟସନ ରେ ପରିଣତ ହୋଇଛି । ଯାହାଦ୍ବାରା ଅନେକ ଯୁବ ପିଢ଼ି କ୍ୟାନ୍ସର ଓ ହୁର୍ଦ୍ୱରୋଗ ରେ ପୀଡିତ ହେଉଛନ୍ତି । ଉଚିତ୍ ସ୍ଵାସ୍ଥ୍ୟ ସେବା ନ ପାଇ ଅନେକ ମୃତ୍ୟୁ ବରଣ ମଧ୍ଯ କରୁଛନ୍ତି ଆଉ କିଛି ଜିବନ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି ।