ରେଳ ଦୁର୍ଘଟଣାର ଯେକୌଣସି ସମସ୍ୟା ସମାଧାନ ପାଇଁ ପ୍ରଶାସନ ତରଫରୁ ତୁରିତ କାର୍ଯ୍ୟନୁଷ୍ଠାନ

0
80
ରେଳ ଦୁର୍ଘଟଣାର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୯/୧୦) : ବିଶାଖାପାଟଣା ପଲାସା ପାସେଞ୍ଜର ସହିତ ବିଶାଖାପାଟଣା ରାୟଗଡା ରେଳ ସହିତ କନକଟାପାଲି ଠାରେ ଦୁର୍ଘଟଣା ବିଷୟରେ ବିଜୟ ଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ କ୍ରମେ ତୁରିତ ପଦ୍ଧ କ୍ଷେପ ନେଇଛନ୍ତି lWhatsApp Image 2023-10-30 at 10.29.37

ଦୁର୍ଘଟଣା ସ୍ଥଳରେ ଅଟକି ରହିଥିବ ଲୋକମାନଙ୍କୁ ନେବା ଆଣିବା ନିମନ୍ତେ ବିଜୟ ନଗର ଡିପୋରୁ ଦୁଇଗୋଟି ବସ ପଠାଯାଇଛି l ଆହୁରି ୪ଗୋଟି ବସ ରାୟଗଡା ଠାରୁ ପଠାଯାଇଛି l ଇଣ୍ଡିଆରଏଫ ଦଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂଜଯୋକ ଓ ଜଣେ ବରିଷ୍ଠ ରାଜସ୍ୱ ଅଧିକାରୀଙ୍କ ସହିତ ଡାକ୍ତର ଦଳ ବିଜୟ ନଗରମକୁ ପଠାଯାଇଛି l ସେଠାରେ ଯାତ୍ରୀ ମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଔଷଧ ସାମଗ୍ରୀ ନେଇକି ଯାଉଛନ୍ତି l ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ନିମନ୍ତେ ଶଯ୍ୟା ସହିତ ରକ୍ତ ଭଣ୍ଡାର ବ୍ୟବସ୍ଥା କରି ପ୍ରସ୍ତୁତ କରାଯାଇଛି l ଆହତ ମାନଙ୍କ ଉଚ୍ଚ କେନ୍ଦ୍ରକୁ ପଠାଇବା ଆବଶ୍ୟକ ହେଲେ ଆମ୍ବୁଲାନ୍ସ ମଧ୍ୟ ବ୍ୟବସ୍ଥା କରାଯାଉଛି l ଯେକୌଣସି ପରିସ୍ଥିତିକୁ ସମାଧାନ ପାଇଁ ରେଳ ବିଭାଗ ଓ ସ୍ଥାନୀୟ ଜିଲ୍ଲାପ୍ରଶାନ ସହିତ ରାୟଗଡା ଜିଲ୍ଲା ପ୍ରଶାସନ ନିରନ୍ତର ଯୋଗାଯୋଗ ରଖିଛି l