ଚୋରି ଅଳଙ୍କାର ଉଦ୍ଧାର ମନ୍ଦିର ମହନ୍ତଙ୍କୁ ହସ୍ତାନ୍ତର

0
65
ଚୋରି ଅଳଙ୍କାର)

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୧୦) : ଚୋରି ଅଳଙ୍କାର ଉଦ୍ଧାର ମନ୍ଦିର ମହନ୍ତଙ୍କୁ ହସ୍ତାନ୍ତର ।

କାଶୀନଗର ଜଗନ୍ନାଥ ମଠ ପରିସରରୁ ଗତ ୧୮ ତାରିଖ ଦିନ ଜଣେ ଚୋର ନେଇଯିବା ବେଳେ ପୋଲିସ ଦ୍ୱାରା ଧରାପଡ଼ି ଚୋରି ଅଳଙ୍କାର ରୁପା ମୁକୁଟ ଓ ଚେନ ଉଦ୍ଧାର କରାଯାଇଥିଲା । କାଶୀନଗର ଥାନାରେ ୧୩୧/୨୩ରେ କେସ ରୁଜ୍ଜୁ କରାଯାଇ ଆସାମୀକୁ ଗିରଫ କରାଯାଇଥିଲା । ଉକ୍ତ ଅଳଙ୍କାର ଗୁଡିକ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ମଠ ମହନ୍ତ ପଦ୍ମଚରଣ ଦାସଙ୍କୁ ହସ୍ତାନ୍ତର କରିଛନ୍ତି । ହସ୍ତାନ୍ତର ବେଳେ ଏସ ଆଇ ମମତା ପଣ୍ଡା ଓ ଗଣମାଧ୍ୟମ ପ୍ରତିନିଧି ଓ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।