ଗାଁ ମଝିରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

0
47
ଗାଁ ମଝିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧/୧୧) : ଗାଁ ମଝିରେ ବୁଲୁଛି ଦନ୍ତା ହାତୀ । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l

ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ଦେଇ ଘରେ ରହୁଛନ୍ତି । ଏଭଳି ଦେଖିବାକୁ ମିଳିଛି ରେଢ଼ାଖୋଲ ବନଖଣ୍ଡ ବଡବହାଲ ରେଞ୍ଜର କଦଳୀଗଡ଼ ଗ୍ରାମ ଓ ଚାରମାଲ ରେଞ୍ଜର ବନସାଜାଲ ଗ୍ରାମରେ । ଗାଁ ମଝିରେ ଦନ୍ତା ବୁଲୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ଗାଁ ଲୋକେ ଦନ୍ତାକୁ ଘଉଡ଼ାଉଛନ୍ତି । ବନ ବିଭାଗ ମଧ୍ୟ ନାଚାର ହୋଇ ହାତୀ ପଛେ ପଛେ ବୁଲୁଛନ୍ତି । ହାତୀ ଜନବସତି ଅଞ୍ଚଳକୁ ନ ଆସିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟ୍ରେଞ୍ଚ ଖୋଲୁଛନ୍ତି । କିନ୍ତୁ ହାତୀ ଗାଁ ଭିତରେ ବୁଲିବା ବନ ବିଭାଗର ଟ୍ରେଞ୍ଚ ଖୋଳାକୁ ନେଇ ପ୍ରଶ୍ନ ଉଠିଛି ।