କାଶୀନଗରର ଦୁଃଖ ବଂଶଧାରା ନଦୀ : ଲୀନ ହେବ କାଶୀନଗର !

0
67
କାଶୀନଗରର ଦୁଃଖ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୧୧) : କାଶୀନଗର ସହର ପାର୍ଶ୍ଵରେ ବଂଶଧାରା ନଦୀ ପ୍ରବାହିତ ହେଉଛି, ହେଲେ ଆସ୍ତେ ଆସ୍ତେ ଏହି ନଦୀ କାଶୀନଗର ପାଇଁ ଦୁଃଖ ପାଲଟି ଯାଇଛି ।

ଏହି ନଦୀ ସୁଦୂର କଳାହାଣ୍ଡି ଜିଲ୍ଲାରୁ ପ୍ରବାହିତ ହୋଇଛି ୩୫୦ କିମି ଦୂର ପ୍ରବାହିତ ହୋଇଛି କଳିଙ୍ଗ ପାଟଣା ଠାରେ ସମୁଦ୍ର ରେ ମିଶିଛି । ଓଡିଶା ସରକାର କିଛିଟା ଉଠା ସେଚ ପ୍ରକଳ୍ପ କରି ବାହା ବାହା ନେଉଥିବା ବେଳେ ୭୦ କିମି ଆନ୍ଧ୍ରରେ ପ୍ରବାହିତ ହେଉଥିବା ବେଳେ ଦୁଇଟି ବେରେଜ ଓ ଜଳ ପ୍ରକଳ୍ପ କରିଛି, ଏହି ଜଳ କୁ ବିଶାଖାପାଟଣା ମଧ୍ୟ ନେବାକୁ ଚେଷ୍ଟା କରୁଛି, ୧୯୮୦ ମସିହା ପ୍ରବଳ ବନ୍ୟା ରେ ଓଡିଶା ର ତଥା କାଶୀନଗର ର ବହୁ ଧନ ଜୀବନ ନଷ୍ଟ ହୋଇଥିଲା । ଏବେ ଚଳିତ ବର୍ଷ ନଦୀଟି ସହରର ଅତି ନିକଟ ଅର୍ଥାତ ୫୦ ମିଟର ଠାରୁ ୧୦୦ ମିଟର ଭିତରେ ଚାଲୁଛି, ପ୍ରତ୍ୟେକ ଦିନ ନଦୀ ହୁଡ଼ା ଭାଙ୍ଗି ଭାଙ୍ଗି ସହର ମଧ୍ୟରେ କେତେବେଳେ ପଶିଯିବ ।

ଇଦୁଡ଼ି ଠାରୁ ନୂଆ କାଶୀନଗର ଭିତରେ ବଂଶଧାରା ନଦୀ ଅବ ବାହିକା ରେ ଅନେକ ହୁଗୁଳା ପୋଇଁଟ ରହିଛି, ଏଣୁ ତୁରନ୍ତ ପଥର ବନ୍ଧ ଓ ଆନିକଟ ନିର୍ମାଣ ନ ହେଲେ କାଶୀନଗର ସହର ଟି ବଂଶଧାରା ନଦୀ ଗର୍ଭରେ ଲୀନ ହେବ ବୋଲି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି, ଏଣୁ ବେଳ ଥାଉ ଥାଉ ପ୍ରଶାସନ ସଜ ହେବା ଆବଶ୍ୟକ ବୋଲି ଲୋକେ କହିଛନ୍ତି ।