ରାୟଗଡାରେ ଏଲ ଆଇ ସି ସପ୍ତାହ ସ୍ଥାନୀୟ ଶାଖାର ସଭାକକ୍ଷରେ ଉଦଯାପିତ

0
289

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୮/୦୯) : ଗତ ସପ୍ତାହ ବ୍ୟାପୀ ଆୟୋଜିତ ୬୫ତମ ଏଲ ଆଇ ସି ସପ୍ତାହ ରାୟଗଡାରେ ଏଲ ଆଇ ସି ଶାଖାର ସଭାକକ୍ଷରେ ଉଦଯାପିତ ହୋଇ ଯାଇଛି ।9db79837 77ef 4e04 9985 af9af5d14c39 ରାୟଗଡାରେ ଏଲ ଆଇ ସି ସପ୍ତାହ ସ୍ଥାନୀୟ ଶାଖାର ସଭାକକ୍ଷରେ ଉଦଯାପିତ

ରାୟଗଡାରେ ଏଲ ଆଇ ସି ବରିଷ୍ଠ ଶାଖା ପରିଚାଳକ ସନ୍ତୋଷ କୁମାର ପାତ୍ର ଏ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ନିକଟ ଭବିଷ୍ୟତରେ ସଂସ୍ଥାରେ ବୈଷୟିକ ଉନ୍ନତି ସହ ସମତାଳରେ ଅଗ୍ରଗତି କରିବା ଦିଗରେ ବୀମାଧାରୀଙ୍କ ମୋବାଇଲ ନମ୍ବର ଓ ଇମେଲ ଆଇଡି ଆଦିର ଉପଯୋଗ କରିବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା ସହ ମହାମାରୀ ସମୟରେ ସୁଦ୍ଧା ଏଲ ଆଇ ସି ବ୍ୟଵସାୟିକ ଉନ୍ନତି ହାସଲ ଓ ସେବା ପ୍ରଦାନରେ ପାରଦର୍ଶୀ ହୋଇ ପାରିଥିବା ବର୍ଣ୍ଣନା କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରକାଶ ଚନ୍ଦ୍ର ମୁଦୁଲିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ସିଏଚ ଦୟାକର, ସହକାରୀ ଶାଖା ପରିଚାଳ ଅକ୍ରୂର ଜେନା, ସହ ପ୍ରଶାସନିକ ଅଧିକାରୀ ପି ନାଗ ଭୂଷଣ ରାଓ ଓ ସାୟାନ ଦତ୍ତ ପ୍ରମୁଖ ସହଯୋଗ କରିଥିଲେ ।6a477a08 8449 4387 9e84 c65e22218c58 ରାୟଗଡାରେ ଏଲ ଆଇ ସି ସପ୍ତାହ ସ୍ଥାନୀୟ ଶାଖାର ସଭାକକ୍ଷରେ ଉଦଯାପିତ

ବରିଷ୍ଠ ବ୍ୟବସାୟ ସହଯୋଗୀ ଗୋବିନ୍ଦ ପ୍ରସାଦ ରଥ ଏବଂ ବରିଷ୍ଠ ଅଭିକର୍ତ୍ତା ପ୍ରସନ୍ନ କୁମାର ନାୟକ ଓ ଉଚ୍ଚ ଶ୍ରେଣୀ ସହାୟକ (ପ୍ରଶାସନ) ଆରତି ପାତ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଏଲ ଆଇ ସିର ଜନ କଲ୍ୟାଣକାରୀ ଭୂମିକାର ଆଲୋଚନା କରିଥିବା ବେଳେ, ସପ୍ତାହ ପାଳନାଅବସରରେ ସ୍ୱାସ୍ଥ୍ୟ ବିଭଗର ବିଭିନ୍ନ ସ୍ଥାନୀୟ କେନ୍ଦ୍ରରେ ପିପିଇ କିଟ , ସାନିଟାଇଜର ଓ ମାସ୍କ ବିତରଣ ନେଇ ସନ୍ତୋଷ ପ୍ରକାଶ ପାଇଥିଲା ।

ଏହି ଅବସରରେ ବରିଷ୍ଠ ଅଭିକର୍ତ୍ତା ବି ଏଚ ରାମଶାସ୍ତ୍ରୀ ଓ ବରିଷ୍ଠ ଉଚ୍ଚ ଶ୍ରେଣୀ ସହାୟକ ପି ସରୋଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସପ୍ତାହ ପାଳନ ମଧ୍ୟରେ ଆୟୋଜିତ ପିଲାଙ୍କ ଚିତ୍ରାଙ୍କନ ଓ କର୍ମଚାରୀଙ୍କ କୁଇଜ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ବରିଷ୍ଠ ଶାଖା ପରିଚାଳକ ପୁରସ୍କୃତ କରିଥିଲେ ।