ମୋବାଇଲ ଲୁଟି କୋର୍ଟ ଫରୱାର୍ଡ଼ ହେଲେ ଅଭିଯୁକ୍ତ ଯୁବକ : ମୋବାଇଲ ଜବତ

0
64
ମୋବାଇଲ ଲୁଟି

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୮/୧୧) : ମୁରିବାହାଲ ଥାନା ସଦର ପଞ୍ଚାୟତ ସାଲେପଡା ଗ୍ରାମର କବିବର କୁମ୍ଭାରଙ୍କ ପୁଅ ସଞ୍ଜିବ କୁମ୍ଭାର (୩୭) ଆଜି ମୁରିବାହାଲ ଥାନାରେ ମୋବାଇଲ ଲୁଟି ନେଇଥିବା ନେଇ ଥାନାରେ ଏତେଲା ଦେଇଛନ୍ତି ।

ସୂଚନା ମୁତାବକ ସଞ୍ଜିବ କୁମ୍ଭାର ଦେଶୀ କୁକୁଡ଼ା କିଣିବାପାଇଁ ଟିଟିଲାଗଡ଼ ବଜାରକୁ ଯାଇ କୁକୁଡ଼ା କିଣି ଫେରୁଥିବା ସମୟରେ ପୂର୍ବାହ୍ନ ୧୦.୩୦ ସମୟରେ ମୁରିବାହାଲ ଖଜୁରୀ ବନ୍ଧ ନିକଟରେ ମୁରିବାହାଲ ସଦର ପଞ୍ଚାୟତ ବନବାହାଲ ଗ୍ରାମର ଯୋଗେଶ୍ୱର କୁଁଅର (କୁନୁ) (୩୭) ଟିଭିଏସ ଏକ୍ସସେଲ କୁଁ ଅଟକାଇ ପାକିଟରେ ଥିବା ଏମଆଇ ମୋବାଇଲଟିକୁ ଲୁଟି ନେଇଥିଲା । ଗାଡ଼ିଟିକୁ ଲାତ ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା ।

ମୁରିବାହାଲ ପୁଲିସ ଥାନାରେ ସଞ୍ଜିବ କୁମ୍ଭାର ଲିଖିତ ଅଭିଯୋଗ କଲାପରେ ମୁରିବାହାଲ ପୁଲିସ କେସ ନଂ ୨୯୧/୨୩ ରୁଜ୍ଜୁ କରି ଅଣ୍ଡର ସେକ୍ସନ ୩୯୨ ରେ ଅଭିଯୁକ୍ତ ଯୋଗେଶ୍ୱରକୁ ଅଟକ ରଖି ଲୁଟିଥିବା ମୋବାଇଲ ଟିକୁ ଜବତ କରି ପଚରାଉଚରା କଲାପରେ ଆଜି ଅଭିଯୁକ୍ତ ଯୋଗେଶ୍ୱରକୁ କୋର୍ଟ ଫରୱାର୍ଡ଼ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠେଇଦିଆଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।