ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ

0
40
ମାନସିକ ବିକାରଗ୍ରସ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୦୯/୧୧) : ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରିମାଡ କଲା ଦୁର୍ବୃତ୍ତ । ମହିଳା ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଇଟାମାଟି ଥାନା ବାଉଅଁଶିଆପଡା ଗାଁ’ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏହି ଗାଁ’ର ଜଣେ ସ୍ବାମୀ ପରିତ୍ୟକ୍ତ ଏବଂ ମାନସିକ ବିକାରଗ୍ରସ୍ତ ମହିଳା ଗତକାଲି ରାତିରେ ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିବାବେଳେ ସେହି ଗାଁ’ର ନିଶାଗ୍ରସ୍ତ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ଛୁରିମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡିଥିବା ଅବସ୍ଥାରେ ଦେଖି ପରିବାର ଲୋକ ତାଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ଇଟାମାଟି ଥାନାଅଧିକାରୀ ମେଡିକାଲକୁ ଆସି ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଜଣେ ଯୁବକ ନା ଅଧିକ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ l