ପୋଖରୀରେ ବୁଡ଼ି ଚାଲିଗଲା ୨ଭାଇଙ୍କ ଜୀବନ

1
59
ପୋଖରୀରେ ବୁଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୩୦/୧୦) : ପୋଖରୀରେ ବୁଡ଼ି ୨ ଭାଇଙ୍କର ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁ’ରେ ।

ଉଭୟ ସମ୍ପର୍କରେ ଜଣେ ଦାଦା ପୁଅ ହୋଇଥିବା ଅନ୍ୟ ଜଣେ ବଡ଼ବାପାଙ୍କ ପୁଅ ବୋଲି ଜଣାଯାଇଛି । ଜଣଙ୍କ ବୟସ ୧୨ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୧୧ ବର୍ଷ ବୋଲି ଜଣାଯାଇଛି । ଆଜି ସକାଳେ ଦୁଇ ଜଣ ଟ୍ୟୁସନରୁ ଫେରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ନିଜର ଡ୍ରେସକୁ ପୋଖରୀ ହୁଡ଼ାରେ ରଖି ଦେଇ ଗାଧୋଉଥିଲେ । ଗାଧୋଇଲା ବେଳେ ଉଭୟ ବୁଡ଼ି ଯାଇଥିଲେ । ପୁଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ । ପରେ ପୋଖରୀ ହୁଡ଼ାରେ ଉଭୟଙ୍କ ଡ୍ରେସ ଥିବା ଦେଖିଥିଲେ । ପୋଖରୀରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ମିଳିଥିଲା । ଦୁଇ ପିଲାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

1 COMMENT

Comments are closed.