ଟ୍ରେନ ଲାଇନ ପାର୍ଶ୍ଵରୁ ବିଜେଡ଼ି ନେତାଙ୍କ ମୃତଦେହ ଉଦ୍ଧାର

0
51
ଟ୍ରେନ ଲାଇନ ପାର୍ଶ୍ଵରୁ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୬/୧୧) : ମୁରିବାହାଲ ରେଳ ଷ୍ଟେସନଠାରୁ ପଶ୍ଚିମ ଦିଗକୁ ୧୮୩/୧୬-୧୮ ରେଳଖମ୍ୱର ରେଳ ଲାଇନ ପାର୍ଶ୍ୱ ପୋଖରି ନିକଟରୁ କଣ୍ଟାବାଞ୍ଜି ଜିଆରପି ପୋଲିସ ଜଣେ ବିଜେଡ଼ି ନେତାଙ୍କ ମୃତଦେହକୁ ଉଦ୍ଧାର କରିଛିWhatsapp Image 2023 11 16 At 20.35.22

ମୃତ ବିଜେଡ଼ି ନେତା ଜଣଙ୍କ ମୁରିବାହାଲ ସଦର ମହକୁମାର ଗୋବିନ୍ଦ ବଘାର (୬୧) ବୋଲି ଜଣାପଡିଛି । ସେ କୌଣସି ଦ୍ରୁତଗାମୀ ଟ୍ରେନରୁ ପଡ଼ିଯାଇଥିବା କିମ୍ବା କୌଣସି ଦ୍ରୁତଗାମୀ ଟ୍ରେନ ତାଙ୍କୁ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଗୋବିନ୍ଦଙ୍କ ଘରେ ତାଙ୍କ ଧର୍ମପତ୍ନୀ ଓ ଜଣେ ପୁତ୍ର ଅଛନ୍ତି । କଣ୍ଟାବାଞ୍ଜି ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସମ୍ପର୍କରେ ଜିଆରପି ପୋଲିସ ଅପମୃତ୍ୟୁ କେଶ ନ ୫୫/୨୩ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ସେ ଜଣେ ପରୋପକାରୀ ମିଷ୍ଟ୍ରଭାସୀ ଥିଲେ ।ଶବାଧାରରେ ମୁରିବାହାଲ ସଦର ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ବବିହାରୀ ଯୋଶୀ, ବହୁ ନେତୃସ୍ଥାନୀୟ ବ୍ୟକ୍ତି, ପରିବାର ଓ ଆତ୍ମୀୟସ୍ୱଜନ ସାମିଲ ହୋଇଥିଲେ।ମୃତ ଗୋବିନ୍ଦଙ୍କ ପରଲୋକରେ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।