ବାଙ୍କେଲ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ଏଡ଼ସ ଦିବସ ପାଳିତ

0
34
ବାଙ୍କେଲ ଉଚ୍ଚ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧/୧୨) : ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଙ୍କେଲ ଓ ସହଭାଗୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ବିଶ୍ଵ ଏଡସ୍‌ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାଙ୍କେଲ ଉଚ୍ଚବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏଡସ୍‌ ଉପରେ ବିଭିନ୍ନ ବାର୍ତ୍ତା ଦିଆଯିବା ପରେ ଜୁନିୟର ରେଡ୍‌କ୍ରସ୍‌ ଟିମ୍ ତଥା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଲୋଗାନ ମାଧ୍ୟମରେ ଗ୍ରାମ ପରିକ୍ରମା କରି ଗାଁ ଲୋକଙ୍କୁ ଏଡସ୍‌ ବିଷୟରେ ସଚେତନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୦୫ ଛାତ୍ର ଓ ୮୯ ଛାତ୍ରୀ ଉପସ୍ଥିତ ଥିଲେ । ଏଥିରେ ବାଙ୍କେଲ ହାଇସ୍କୁଲ ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ଆଡଯୁଆଡ, ସେବାଜଗତ ଅନୁଷ୍ଠାନର କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ବ୍ଲକ ସୁପରଭାଇଜର ଦୁଳନା ଛୁରା, ବାଙ୍କେଲ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠି ସ୍ୱାସ୍ଥ୍ୟ କର୍ମୀ ନୟନିକା ଜେନା, ଆଶା କର୍ମୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।”