ଘରେ ପଶି ଦୁଇ ମହିଳା ଙ୍କୁ ମିଳିତ ଆକ୍ରମଣ : ଅଭିଯୁକ୍ତ ଙ୍କୁ ଗିରଫ ଦାବି

0
199

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୩/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖୋଲନ ଗ୍ରାମ ରେ ଘରେ ପଶି ଦୁଇ ମହିଳା ଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ଅଭିଯୋଗ ହୋଇଛି ।ଘରେ ପଶି

ସୂଚନାନୁଯାଇ ଗତ ରାତି ପ୍ରାୟ ୯ ଟା ସମୟରେ ଉକ୍ତ ଗ୍ରାମର ସିଲା ନାଏକ (ବ-୩୦) ନାମ୍ନୀ ମହିଳା ଓ ତାଙ୍କ ଶାଶୁ ଡମେନ ନାଏକ (ବ-୫୦) ଦୁଇ ଜଣ ମହିଳା ଘରେ ଏକୁଟିଆ ଥିବା ବେଳେ ଉକ୍ତ ଖୋଲନ ଗ୍ରାମର ମନୋହର ରଣା(ବ-୫୦),ପାର୍ଥ ରଣା (ବ-୫୪),ସଞ୍ଜୟ ରଣା (ବ-୨୨),ମୁକ୍ତା ରଣା (ବ-୪୦) ନାମକ ଚାରି ଜଣ ଘରେ ପଶି ବିଭିନ୍ନ ମାରଣାସ୍ତ୍ର ସହ ଆକ୍ରମଣ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଆହତ କରି ଫେରାର ହୋଇଯାଇଥିଲେ ।

ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତ୍ତି କରାଯାଇଛି । ତେବେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଡାକ୍ତର ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିବା ଜଣାଯାଇଛି । ଉକ୍ତ ଆକ୍ରମଣକାରୀ ପୂର୍ବରୁ ଘରୋଇ ବିବାଦ କୁ ନେଇ ଗାଳି, ଗୁଲଜ କରି ଆସୁଥିବା ବେଳେ ରାଗ ରଖି ଏପରି ଆକ୍ରମଣ କରିଥିବା ନେଇ ଟିଟିଲାଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣା ର ସବିଶେଷ ତଦନ୍ତ ସହ ଉକ୍ତ ଅଭିଯୁକ୍ତଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।