ବଡ ଧରଣର ଅବକାରୀ ଓ ପୋଲିସ ର ଧରପଗଡ : ଜଣେ ମହିଳା ଗିରଫ

0
173

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୩/୯) : ଗଜପତି ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ୍ ର ସୀଙ୍ଗି ପୁର, ସିଂ ପୁର ଗୁଡ଼ା, ନେରେଦି ଗୁଡ଼ା ପାରଳାଖେମୁଣ୍ଡି ପୋଲିସ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ରେ ବଡ ଧରଣର ଅବକାରୀ,ପୋଲିସ, ଏ ପିଆର ଫୋର୍ସ ଙ୍କ ମିଳିତ ଚଢାଉ କରାଯାଇ ୩ ଟି ମୋକଦ୍ଧମା ରୁଜୁ ହେବା ସହ ୧୯୦୦ ଲି ର ପୋଚ୍ ନଷ୍ଟ କରାଯାଇଛି ।WhatsApp Image 2021 09 14 at 10.00.16 AM ବଡ ଧରଣର ଅବକାରୀ ଓ ପୋଲିସ ର ଧରପଗଡ : ଜଣେ ମହିଳା ଗିରଫ

୩୦ ଲିଟର ଦେଶୀ ମଦ ଜବତ କରାଯାଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି,ଏହି ବଡ ଧରଣର ଧାରପଗଡ ରେ କାଶୀନଗର ଅବକାରୀ ବିଭାଗ ଓ ପୋଲିସ,ପାରଳାଖେମୁଣ୍ଡି ଥାନା ର ପୋଲିସ ,ସଦର ଅବକାରୀ ପୋଲିସ,ଏହା ସାଙ୍ଗ କୁ ଏ ପି ଆର୍ ଫୋର୍ସ ଏହି ଚଢାଉ ରେ ଭାଗ ନେଇଥିଲେ ।

ଅବକାରୀ ଇନ୍ସପେକ୍ଟର ପ୍ରକାଶ ସାହୁ,ବାଳକୃଷ୍ଣ ପରିଡ଼ା ବୃନ୍ଦାବନ ମଣ୍ଡଳ ଓ ବହୁ ସବ ଇନ୍ସପେକ୍ଟର ଓ ଅତିରିକ୍ତ ସବ ଇନ୍ସପେକ୍ଟର ଭାଗ ନେଇଥିବା ସୂଚନା ମିଳିଛି । ଆଜି ସକାଳ ଠାରୁ ଅପରାହ୍ ୪ ଟା ପର୍ଯ୍ୟନ୍ତ ଏହି ଚଢାଉ ଜାରି ରହିଥିଲା ।