୧୨ଟି ଚୋରି ବାଇକ୍ ଜବତ ସହ ଅଭିଯୁକ୍ତ ଗିରଫ

0
33
ସୋନପୁର ପୁଲିସ ର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୧୨) : ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ୧୨ଟି ଚୋରି ବାଇକ ଜବତ କରିବାରେ ସଫଳ ହୋଉଛି ସୋନପୁର ପୁଲିସ ।

ମହିଳା ଥାନା ଅଧିକାରୀଙ୍କ ନେତୃତ୍ବରେ ସୋନପୁର ପୋଲିସକୁ ଏକ ବଡ ସଫଳତା ମିଳିଛି l ୧୨ ଟି ଚୋରି ବାଇକ ଜବତ ସହ ଏଥିରେ ସମ୍ପୃକ୍ତ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତ ରଞ୍ଜନ ପାଣିଗ୍ରାହୀ (୪୭) ଓରଫ ବାବୁ କୁ ଗିରଫ କରିଛି ସୋନପୁର ପୁଲିସ । ସୁଚନା ଅନୁସାରେ ବୀରମହାରାଜପୁର ଷଣ୍ଢl ଗ୍ରାମ ର ରାଜ କିଶୋର ଡାଙ୍ଗ୍ ଙ୍କ ବାଇକ୍ ( ଓ ଆର ୩୧- ୫୮୮୪ ) ଗତ ୮ ତାରିଖ ସୋନପୁର ଡେଲି ମାର୍କେଟରୁ ଚୋରି ହୋଇଯାଇଥିଲା । ଏ ସମ୍ପର୍କରେ ସେ ସୋନପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ସୋନପୁର ପୁଲିସ ଏକ ମାମଲା ରୁଜ୍ଜୁ କରି (ସୋନପୁର ଥାନା କେଶ ନମ୍ବର -୩୧୯ ତା.୧୧/୧୨/୨୩ U/s -୩୧୯ IPC) ତଦନ୍ତ ଆରମ୍ଭ କରିଥିଲା ।

ତଦନ୍ତ ପରେ ସୋନପୁର ଭlରପ୍ରlପ୍ତ ଥାନା ଅଧିକାରୀ ପଦ୍ମାସିନି ମେହେର ଙ୍କ ନେତୃତ୍ୱ ରେ ଏ ଏସ ଆଇ ପୀୟୁଷ ନାୟକଙ୍କ ସହଯୋଗ ରେ ଅଭିଯୁକ୍ତ ବାବୁ କୁ ଗିରଫ କରି ତା ପାଖରୁ ୧୨ ଗୋଟି ଚୋରି ବାଇକ ଜବତ ହୋଇଥିବା ନେଇ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ସୋନପୁର ଥାନା ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଚୋରି ବାଇକ ଗୁଡିକ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ଅନୁଗୁଳ, ରାଉରକେଲା ଆଦି ଅଞ୍ଚଳରୁ ଚୋରି ହୋଇଥିବା ସୂଚନା ଦେଇଛନ୍ତି । ଏହି ବାଇକ ଚୋରି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ତଦନ୍ତ ଚାଲୁ ରହିଥିବା ଓ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇ ଆଇ ସି ପଦ୍ମାସିନୀ ମେହେର ପ୍ରକାଶ କରିଛନ୍ତି l