ମନେରେଗାରେ କେନାଲ କାମ ଦୁର୍ନୀତି କରି ୭ ଲକ୍ଷ ଟଙ୍କା ହଡପ ଅଭିଯୋଗ

0
368

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,ତା-(୧୨/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପୋଲମା ପଞ୍ଚାୟତ ର ମାଣ୍ଡି ପଦର ଗ୍ରାମରେ ଦେଖିବାକୁ ମିଳିଛି ନିମ୍ନ ମାନର ମନେରେଗାରେ କେନାଲ କାମ କରି ୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।

୨୦୨୦ ମସିହାର ନଭେମ୍ବର ମାସ ୯ ତାରିଖରେ ମନେରେଗାରେ କେନାଲ କାର୍ଯ୍ୟ ଆରମ୍ଭ କରି ଗତ ମେ ମାସ ୨୦୨୧ ରେ ଶେଷ କରିଥିବା ବେଳେ ବର୍ତ୍ତମାନ ୩ ମାସ ହେବ ନିମ୍ନ ମାନର କାମ ହୋଇଥିବାରୁ କେନାଲଟି ଭାଙ୍ଗିଗଲାଣି । ଏହି କେନାଲ କାମ ଆଡୁ ବନ୍ଧ ଠାରୁ ନାଏକ ବନ୍ଧ କୁ ହୋଇଥିଲା । ସେହି କେନାଲ ରେ ପାଣି ଆସିବ ନା ଚାଷ ଜମିକୁ ବ୍ୟବହାର ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଏଥିରେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ହୋଇଥିବାରୁ ଟଙ୍କା ଲୁଟିନେଇଥିବା ହଳଧର ହିକକା,ଡ୍ରିଞ୍ଜୁ ହୁଈକା, ଲୋକିନାଥ ହୁଈକା, ମୂର୍ତ୍ତି ହୁଈକା, କୁଳସିଙ୍ଗ ହୁଈକା ଅଭିଯୋଗ କରିଛନ୍ତି । ଉକ୍ତ କେନାଲଟି ନିମ୍ମମାନର କରାଯାଇଥିବା ଯୋଗୁଁ ସାମାନ୍ୟ ବର୍ଷା ହେବାରୁ ତାହା ଭାଙ୍ଗି ଗଲାଣି । ଏହି କେନାଲ ପରିବର୍ତ୍ତେ ଅଡୁ ବନ୍ଧ ହିଡ ରେ ମୁରୁମ ପକେଇ ରାସ୍ତା ମରାମତି କଲେ ଆରାଗାଣ୍ଡା ଗାଁ କୁ ଯାତାୟାତ ରେ ସୁବିଧା ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।

ଏହି କେନାଲ ଦ୍ୱାରା କୌଣସି ଜମିକୁ ଜଳସେଚନ ହୋଇପାରିବ ନାହିଁ । ଏହା କେବଳ ଆଡ଼ିବନ୍ଦ ଠାରୁ ନାଏକ ବନ୍ଧ କୁ କେନାଲ କରାଯାଇଛି । କାହା ସ୍ୱର୍ଥରେ କେନାଲ କରାଯାଇଛି । ଏହାର ସଠିକ ଭିଜିଲାନ୍ସ ତଦନ୍ତ କଲେ ସତ୍ୟାସତ୍ୟ ଘଟଣା ପଦାକୁ ଆସିବ ବୋଲି ଅଭିଯୋଗ ହୋଇଛି ।