ବିଜେପି ପକ୍ଷରୁ ବ୍ଲକ ଘେରାଉ ଓ ପ୍ରତିବାଦ ସଭା

0
42
ବିଜେପି ପକ୍ଷରୁ ବ୍ଲକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୧୨/୧୨) : ରାଜ୍ୟରେ ବର୍ତମାନ ବିଜେପି ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବା ବେଳେ ଆଜି ମୁନିଗୁଡା ବିଜେପି ପକ୍ଷରୁ ଦୁର୍ନୀତି, ଭାଷ୍ଟାଚାର ଓ ଅଗଣତାନ୍ତ୍ରିକ ଶାସନ ବିରୋଧରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜନଆକ୍ରୋଶ ସଭା ଆୟୋଜନ କରାଯାଇଥିଲା ।

ବିଜେପି ପକ୍ଷରୁ ବ୍ଲକ ଘେରାଉ ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ମୁନିଗୁଡା ମଣ୍ଡଳ ସଭାପତି ଜଗା ଶବର ଓ ଅମ୍ବାଦଳା ମଣ୍ଡଳ ସଭାପତି ପରମେଶ୍ବର ରାଓଙ୍କ ନେତୃତ୍ୱରେ ଶତାଧୂକ ବିଜେପି କର୍ମୀ ଏହି ଧାରଣାରେ ସାମିଲ ହୋଇ ମୁନିଗୁଡା କନକ ପରମେଶ୍ବରୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଅଗଣତାନ୍ତ୍ରିକ ଶାସନ ବିରୁଦ୍ଧରେ ନାରା ଦେବା ସହ ମୁନିଗୁଡା ପଞ୍ଚାୟତ ସମିତି ନିକଟରେ ପହଞ୍ଚି ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବ୍ଲକ ଘେରାଉ ବିଷୟରେ ଅବଗତ କରାଇଥିଲେ। ।

ଏହି ବ୍ଲକ ଘେରାଉରେ ମୁନିଗୁଡା ମଣ୍ଡଳ ସଭାପତି ଜଗା ଶବର, ଅମ୍ବାଦଳା ମଣ୍ଡଳ ସଭାପତି ପରମେଶ୍ବର ରାଓଙ୍କ ସମେତ ରାଜ୍ୟ ବିଜେପି ଓବିଶି ମୋର୍ଚ୍ଚା ଉପ ସଭାପତି ରାମ ଚନ୍ଦ୍ର ବେହେରା, ପୂର୍ବତନ ବିଜେପି ଜିଲ୍ଲା ସମ୍ପାଦକ ରମେଶ ଚନ୍ଦ୍ର ସାମନ୍ତ, ଏସି ମୋର୍ଚ୍ଚା ସଭାପତି ଗରିବ ଗରଡ଼ିଆ, ଯୁବ ମୋର୍ଚ୍ଚା ସଭାପତି ନରେନ୍ଦ୍ର ନାଗ,ବରିଷ୍ଠ ବିଜେପି ନେତା ବଳଭଦ୍ର ଆଚାରି, ଆଗୁଳ ସମିତି ସଭ୍ୟ ସୁବାସ ପ୍ରଷ୍କାକା, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଳା ସରଫ, ଅମ୍ବାଦଳା ମଣ୍ଡଳ ସାଧାରଣ ସମ୍ପାଦକ ରବୀନ୍ଦ୍ର ବିଶ୍ୱାଳ, ଅମ୍ବାଦଳା ମଣ୍ଡଳ ସାଧାରଣ ସମ୍ପାଦକ ଲବ ପାଢ଼ୀ ବରିଷ୍ଠ ବିଜେପି ନେତା ଶ୍ରିନୁ ମୁଟୁକା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଘେରାଉ ଓ ପ୍ରତିବାଦ ସଭାରେ ଅମ୍ବାଦଳା ଓ ମୁନିଗୁଡା ଅଞ୍ଚଳରୁ ଶତାଧିକ ବିଜେପି କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।