ସରସ୍ଵତୀ ଶିଶୁ ମନ୍ଦିରରେ ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
44
E37486ad 4609 4c73 9a09 5ceeb0650f17

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ,୧୩/୧୨): ମଙ୍ଗଳବାର ସନ୍ଧ୍ୟାରେ ବୋରିଗୁମ୍ମା ସରସ୍ଵତୀ ଶିଶୁ ମନ୍ଦିରର ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ଶିଶୁମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପୌରାଣିକ ତଥା ଦେଶାତ୍ମବୋଧକ କଥାବସ୍ତୁ ସମ୍ବଳିତ ବିଭିନ୍ନ ନୃତ୍ୟ ନାଟିକା ଓ ମନୋରଞ୍ଜନ ଧର୍ମୀ ନୃତ୍ୟ ପରିବେଷଣ କରାଯାଇଥିଲା ।E91330d4 Ee7d 4aca 9329 4b9104f48a18

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ସଭାପତି ପ୍ରଫୁଲ୍ଲ କୁମାର ଦଣ୍ଡସେନା, ସମ୍ପାଦକ ସୂର୍ଯ୍ୟନାରାୟଣ ପଣ୍ଡା,ମୂଖ୍ୟ ବକ୍ତା ଭାବେ ଡଃ. ପ୍ରଦୀପ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବେ ତହସିଲଦାର ସବ୍ୟସାଚୀ ଜେନା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚ୍ଚିନ ମଲ୍ଲିକ, ଜୟପୁର ସଂଭାଗ ପ୍ରମୁଖ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗଦାନ କରି ଶିଶୁମାନଙ୍କୁ ଉତ୍ସାହିତ କରିବା ସହ କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।ଡଃ ପ୍ରଦୀପ ମିଶ୍ର ନୂତନ ଶିକ୍ଷାନୀତି ଉପରେ ଆଲୋକପାତ କରିବା ସହ ଗୁରୁ ଶିଷ୍ୟ ପରମ୍ପରାର ମହତ୍ତ୍ଵ ତଥା ଭାରତୀୟ ସଂସ୍କୃତିର ବ୍ୟାପକତା ଉପରେ ଗୁରୁତ୍ବାରୋପ କରିଥିଲେ |

ଏଥି ସହିତ ମୋବାଇଲ ଫୋନ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ତଥା ଗୁରୁଙ୍କ ପ୍ରତି ସମର୍ପଣ ଭାବ ରଖିବାକୁ ଉପଦେଶ ଦେଇଥିଲେ ।ବିଶେଷ ରୂପରେ ଅତିଥିମାନଙ୍କ ଅଭିଭାଷଣର ନିଷ୍କର୍ଷ ଥିଲା ହିନ୍ଦୁତ୍ଵ ପ୍ରତି ନିଷ୍ଠା ତଥା ରାଷ୍ଟ୍ର ଭକ୍ତିରେ ଓତଃପ୍ରୋତ ହୋଇ ଶାରୀରିକ,ପ୍ରାଣିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ୍ଣ ବିକଶିତ ତଥା ତୃଣମୂଳ ସ୍ତରରୁ ଅନ୍ୟାୟ ଓ ଶୋଷଣର ମୂଳୋତ୍ପାଟନ ପାଇଁ ସମର୍ପିତ ଯୁବସମାଜ ନିର୍ମାଣ କରିବା ।ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ମମତା ମହାପାତ୍ର ବାର୍ଷିକ ବିବରଣୀ ପାଠ ଅବସରରେ ୨୯ ଜଣ ଶିଶୁଙ୍କୁ ନେଇ ୩୧ବର୍ଷ ତଳେ ଆରମ୍ଭ ହୋଇଥିବା ଶିଶୁ ମନ୍ଦିରରେ ଆଜି ୫୧୬ ଜଣ ଶିଶୁ ଅଧ୍ଯୟନ ରତ ଥିବା ବିଷୟ ପ୍ରକାଶ କରିଥିଲେ ।ପ୍ରତିଦିନ ଭାଗବତ ପଢିବା ପାଇଁ ଶ୍ରୀ ବାହିନୀପତି ଶିଶୁମାନଙ୍କୁ ପ୍ରେରଣା ଦେଇଥିଲେ ।