ବିଜେପି ପକ୍ଷରୁ ପଦ୍ମପୁର ବ୍ଲକ ଘେରାଉ

0
40
ବିଜେପି ପକ୍ଷରୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୩/୧୨) : ଆଜି ବିଜେପି ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ପଦ୍ମପୁର ବ୍ଲକ ଅଫିସ ଘେରାଉ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ , ରାଷ୍ଟ୍ରୀୟ ଏସ୍ ଟି ମୋର୍ଚ୍ଚାର କାଳିରାମ ମାଝୀ, ଉତ୍ତରା ସାହୁ, ରାମଲୁ ଲାଡା, ଏସ୍ ଟି ମୋର୍ଚ୍ଚାର ରାଜ୍ୟ ସେକ୍ରେଟାରୀ ବିଦ୍ୟାଧର ଶବର, କିଶୋର ପଣ୍ଡା, ଚଗଲା, ଟୁନା, ଚିନ୍ନା ପ୍ରମୁଖ ଯୋଗଦେଇ ବିଜେଡି ସରକାରର ଯୋଜନା ଗୁଡିକ ବାଟମାରଣା ହେଉଥିବା ଅଭିଯୋଗ କରିଥିଲେ । ଏହି ଘେରାଉ କାର୍ଯ୍ୟକ୍ରମରେ ପଦ୍ମପୁର ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷମାନେ ଯୋଗ ଦେଇ ପ୍ରକୃତ ହିତାଧିକାରୀଙ୍କୁ ଯୋଜନା ଗୁଡିକରେ ସାମିଲ କରିବାକୁ କହିଥିଲେ ।

ମୁଖ୍ୟତଃ ପଦ୍ମପୁର ଦେଇ ଗୁଣପୁର ରୁ ଥେରୁବାଲି ରେଳ ଲାଇନ ସଂଯୋଗ, ପଦ୍ମପୁରକୁ ଏନ୍ ଏ ସି ମାନ୍ୟତା , ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ପ୍ରତି ଘରକୁ ଜଳ ଯୋଗାଣ ବ୍ୟବସ୍ଥା କରିବା ସହ ବ୍ଲକ ବାବୁ ମାନେ ପି ସି ନେବା ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଯଦି ପ୍ରଶାସନ ଏହି ଦାବି ଗୁଡ଼ିକୁ ଅଣଦେଖା କରେ ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ବିଜେପି କର୍ମୀମାନେ ଧମକ ଦେଇଥିବା ସୁଚନା ମିଳିଛି ।