ବିଷମକଟକ ଠାରେ ନେତୃତ୍ୱ ବିକାଶ ମିଶନ (ଏଲଡିଏମ୍) ବୈଠକ ଅନୁଷ୍ଠିତ

0
45
ବିଷମକଟକ ଠାରେ ନେତୃତ୍ୱ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୦/୧୨) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଷମକଟକ ଠାରେ ନେତୃତ୍ୱ ବିକାଶ ମିଶନ (ଏଲଡିଏମ୍) ବୈଠକ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 19 At 18.32.40

ରାୟଗଡା ଜିଲ୍ଳା ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବା, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଲୋକଙ୍କ ପାଇଁ ବିକାଶର ସେବା ଯୋଗାଇବା ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବାର ଲକ୍ଷ୍ୟ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଷମକଟକ ଠାରେ ନେତୃତ୍ୱ ବିକାଶ ମିଶନ (ଏଲଡିଏମ୍) ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ବିଷମକଟକ ସଦର ମହକୁମା ସ୍ଥାନୀୟ କଲ୍ୟାଣ ମଣ୍ଡଳ ପରିସରରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଜୟ କୁମାର ଗମାଙ୍ଗଙ୍କ ନେତୃତ୍ୱରେ ବିକାଶ ମିସନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଏଲଡିଏମ ଜାତୀୟ ସଂଯୋଜକ ମାନସ ମଲ୍ଳିକ, ଓବିସି ଜାତୀୟ ସଂଯୋଜକ ରାଜ କିଶୋର ବାରିକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ବିଷମକଟକ ନିର୍ବାଚନ ମଣ୍ଡଳୀ ଆଦିବାସୀ ଯୁବ ନେତା ତଥା ବିଧାୟକ ପ୍ରାଥୀ ନୀଳମାଧବ ହିକକା, ଯୁବ ନେତା ନୀଳମାଧବ ଉର୍ଲାକା ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ୨୦୨୪ ନିର୍ବାଚନରେ କଂଗ୍ରେସ ଦଳ ରାୟଗଡା ଓ ଗୁଣପୁର ନିର୍ବାଚନ ମଣ୍ଡଳୀର ୩ଟି ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନକୁ ହାତଇବ ବୋଲି ଶ୍ରୀ ବେହେରା ଦୃଢକ୍ତି ପ୍ରକାଶ କରିଛନ୍ତି ।

ସେହିପରି ରାୟଗଡା ଜିଲ୍ଳାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳି ଓ ବ୍ଳକ ସ୍ତରୀୟ କମିଟି ଗଠନ କରାଯାଇ ଦଳକୁ ଆହୁରି ମଜବୁତ ସ୍ତରକୁ ଅଣାଯାଇପାରିବ ଏବଂ ଯେଉଁ ଆସନରେ ଦଳ ପଛରେ ଅଛି ସେଥିପ୍ରତି ଅଧିକ ଧ୍ୟାନ ଦେଇ ତୃଣମୂଳ ସ୍ତରରେ ଦଳ ଲୋକଙ୍କ ଠାରେ ପହଞ୍ଚି ପାରିବ ସେଥିପାଇଁ ଏଲଡିଏମ୍ ବୈଠକ ଅନୁଷ୍ଠିତ ହୋଇଥିବା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ବାଙ୍କନିଧି ବେହେରା ପ୍ରକାଶ କରିଥିଲେ ।