ମା ମର୍କମା ମହାବିଦ୍ୟାଳୟର ସମ୍ମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

0
50
ମା ମର୍କମା ମହାବିଦ୍ୟାଳୟ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୦/୧୨) : ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକର ମା ମାର୍କମା ମହାବିଦ୍ୟାଳୟ ପରିସର ରେ ଚାରିଦିନ ଧରି ଚାଲିଥିବା ସମ୍ମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଆଜି ଉଯାପିତ ହୋଇଛି ।Whatsapp Image 2023 12 19 At 22.26.20

ଏହି କର୍ଯ୍ୟକ୍ରମରେ ମନ୍ତ୍ରୀ ସ୍ୱାସ୍ଥ୍ୟ ହିଁ ସମ୍ପଦ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜୀବନରେ ଖେଳକୁଦ ହିଁ ଆବଶ୍ୟକତା ରହିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶା ଖେଳକୁଦ ର ହବ ପାଲଟିଥିବା ବେଳେ ଓଡିଶା ସରକାର ଖେଳ ର ଆବଶ୍ୟକତା କୁ ହୃଦୟଙ୍ଗମ କରି ଖେଳାଳି ମାନଙ୍କୁ ପ୍ରୋତ୍ସାହନ କରି ଆସୁଛନ୍ତି । ଗାଁ ଗାଁ’ରେ ଲୁକ୍କାୟିତ ଥିବା ପ୍ରତିଭାବାନ ଖେଳାଳି ମାନଙ୍କୁ ଚି଼ହ୍ନଟ କରିବା ଏବଂ ତାଙ୍କର ପ୍ରତିଭା କୁ ପ୍ରୋତ୍ସାହନ କରି ଲୋକ ଲୋଚନକୁ ଆଣିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ “ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା” ମାଧ୍ଯମରେ ଓଡିଶା ସରକାରଙ୍କ “ଖେଳ ଏବଂ ଯୁବ ସେବା ବିଭାଗ” ତରଫରୁ ବିଭିନ୍ନ ପ୍ରକାରର ଖେଳ, ସାଂସ୍କୃତିକ ପ୍ରତିଯୋଗିତା, ତଥା ଜନ ସଚେତନତା କାର୍ଯ୍ୟକ୍ରମ ପ୍ରତି ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ଗୁଡିକରେ ପାଳିତ ହେଉଅଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ମା ମାର୍କମା ମହାବିଦ୍ୟାଳୟ ରେ ଗତ ଚାରଦିନ ଧରି କ୍ରୀଡାକୁ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଯୋଷଧା ହୁଇକା,ଉପାଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ପଟ୍ଟାୟକ ଓ ଜିଲ୍ଲା ପରିଷଦ ସଭ୍ୟ ଅତିଥି, ଶ୍ରୀମତୀ ସୁଜାତା କାଦ୍ରକାଙ୍କ ଉପସ୍ଥିତିରେ ଉଦ୍ଘାଟନ ଆରମ୍ଭ ହୋଇଥିଲା ।

ଆଜି ଏହାର ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଆଇନ, ଓ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗର ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି ଉପଦେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ, ଶ୍ରୀଯୁକ୍ତ ସୁଧୀର ଦାସ, ଉପଦେଷ୍ଟା ପଛୁଆ ବର୍ଗ ଅନୁସୂଚିତ ଜାତି, ଜନଜାତି, ଓଡିଶା ସରକାର ପୃଥୀରାଜ ସାହୁ, କେ. ଭେଙ୍କେଟେଶ୍ଵର ରେଡ୍ଡୀ ରାଯୋସ୍ଵ ଅଧିକାରୀ ବିଷମ କଟକ, ଗଙ୍ଗା ରାଜୁ ହୂଇକା, ଅଶ୍ଵିନୀ ସେଠୀ ଶ୍ରୀଯୁକ୍ତ ଉମାଶଙ୍କର ନିମାଲ୍ ପୁରୀ, ଯୁକ୍ତ +୨ ଉଚ୍ଚ ମାଧ୍ୟମିକ ବିଦୟାଳୟ, ଭାଗିରଥୀ ପଳାଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ମୁଖ୍ୟ ବକ୍ତା ମହାବିଦୟାଳୟର ପରିଚାଳନା ସଭାପତି ଶ୍ରୀଯୁକ୍ତ ସୁଦର୍ଶନ ରଥ, ପୀତାମ୍ବର ତ୍ରିପାଠୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସଂସ୍କୃତ ମହାବିଦୟାଳୟ ଭଦ୍ରକ, ଦୃର୍ଗା ପ୍ରସାଦ ସାମନ୍ତରାୟ, +୩ ଅଧ୍ୟକ୍ଷ ଡ଼ ଅଶ୍ଵିନୀ କୁମାର ପଣ୍ଡା ଓ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତି ଥିଲେ ।

ସମ୍ମାନନୀୟ ମନ୍ତ୍ରୀ ବିଜୟୀ କ୍ରୀଡ଼ାବିତ ମାନଙ୍କୁ ସାଟିଫିକେଟ୍ ଓ ଟ୍ରପି ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନକୁ କେଉଁ ଭଳି ଭାବେ ଆଗକୁ ବଢ଼ିବେ ପ୍ରେରଣା ନେଇଥିଲେ ଓ ବିଭିନ୍ନ ଖେଳରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସଞ୍ଜୟ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।