ଦୁର୍ଗା ମନ୍ଦିର ଦାନ ବାକ୍ସ ଚୋରି ଘଟଣାରେ ୧ ଗିରଫ

0
42
ଦୁର୍ଗା ମନ୍ଦିର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୨/୨୨) : ସୋନପୁର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିରର ତାଲା ଭାଙ୍ଗି ଦାନ ବାକ୍ସରେ ଲାଗିଥିବା ତାଲା ଭାଙ୍ଗି ଗତ ସୋମବାର ରାତିରେ ଦୁର୍ବୃତ୍ତ ମାନେ ଚୋରି କରି ନେଇଥିଲେ ।

ଏ ନେଇ ସକାଳୁ ପୂଜକ ପ୍ରହଲ୍ଲାଦ ଦାଶ ଦେଖିବା ପରେ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ସୋନପୁର ପୋଲିସ୍ କେସ ନଂ ୨୨୩/୨୩ ରେ ଏକ ମାମଲା ରୁଜ୍ଜୁ କରି ଆଇଆଇସି ପଦ୍ମାସିନୀ ମେହେର ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ମନ୍ଦିରରେ ଲାଗିଥିବା ସିସି ଟିଭି ଫୁଟେଜ ସହ ଡଗ୍ ସ୍କ୍ୱାର୍ଡ ର ସହାୟତା ରେ ସ୍ଥାନୀୟ ବଡ଼ବଜାର ଅଞ୍ଚଳ ର ପ୍ରଦିପ ସେଠୀ (ପି. ଦୁଃଶାସନ ସେଠୀ) ନିବାସୀ ଯୁଯୁମୁରା, ସମ୍ବଲପୁର କୁ ଗିରଫ କରି କୋର୍ଟ ଚାଲଣ କରିଥିବା ନେଇ ତଦନ୍ତକାରୀ ଅଧିକାରୀ ଦିଲିପ ସାହୁ ସୂଚନା ଦେଇଛନ୍ତି । ଦେଖଣାହାରୀଙ୍କ କହିବା ମୁତାବକ ଡଗ୍ ସ୍କ୍ୱାର୍ଡ ମନ୍ଦିର ପରିସରରେ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପ୍ରଦୀପ ମଧ୍ଯ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲା l ସେତେବେଳେ ସନ୍ଧାନୀ କୁକୁର ତା ଉପରକୁ ମାଡି ବସିଥିଲା । ପରେ ସେ ଚୋରି କରି ଯେଉଁ ଘରକୁ ଯାଇଥିଲା ସେଠାକୁ ମଧ୍ୟ ସନ୍ଧାନୀ କୁକୁର ପହଞ୍ଚିଥିଲା । ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଚୋର ଧରାପଡ଼ିଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ପୋଲିସକୁ ପ୍ରଶଂସା କହିଛନ୍ତି ।