ଦ୍ୱିତୀୟ ଶ୍ରେଣୀ ଶିଶୁ କନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ

0
45
ଦ୍ୱିତୀୟ ଶ୍ରେଣୀ ଶିଶୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୨୩/୧୨) : ଦ୍ୱିତୀୟ ଶ୍ରେଣୀ ଶିଶୁ କନ୍ୟାକୁ ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେଓଗଡ ବାରକୋଟ ଥାନା ଅଞ୍ଚଳ ମରଡ଼ଙ୍ଗ ଗ୍ରାମରେ ।

ଜଣେ ସଂପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଶିଶୁ କନ୍ୟା ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ମଙ୍ଗଳବାର ଦିନ ଘଟଣା ଘଟିଥିବାବେଳେ ଅଭିଯୁକ୍ତର ଧମକ ଯୋଗୁଁ ପାଟି ଫିଟାଉନଥିଲେ ପରିବାର ଲୋକ । ପୀଡିତା ଶିଶୁ କନ୍ୟାର ବାପା ଘରେ ରହୁନଥିବା ବେଳେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୂଚନା ପାଇ ଆଜି ଘରକୁ ପହଞ୍ଚିବା ପରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କଲେ ପୀଡିତା ଶିଶୁ କନ୍ୟାର ମା’ । ତେବେ ଅଭିଯୁକ୍ତ ସମ୍ପର୍କୀୟ ମାମୁଁ ହାଡ଼ି ନାଏକ ଫେରାର ରହିଛି । ଦେଓଗଡ ଏସଡ଼ିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତକୁ ଧରିବାକୁ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।