୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ମୁଖ୍ୟ କିରାଣୀ

0
34
୧୦ ହଜାର ଲାଞ୍ଚ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୮/୧୨) : ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ବରିଷ୍ଠ କିରଣୀ । ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଫିସରେ ବରିଷ୍ଠ କିରାଣୀ ଭାବେ କାମ କରୁଥିବା ସୁବ୍ରତ କୁମାର କାନୁନଗୋ ଆଜି ରଙ୍ଗେ ହାତ ଧରା ପଡ଼ିଛନ୍ତି ।

ସେ ଆଟ୍ରୋସିଟି ବିଲ ପାସ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି । ମିଳିଥିବା ସୂଚନା ଅନୁସାରେ, ବଡ଼ସୁଆର ଗ୍ରାମର ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ଆଟ୍ରୋସିଟି ମାମଲାରେ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ରାଶି ଆସିଥିଲା । ହେଲେ ବରିଷ୍ଠ କିରାଣୀ ଏହା ଉପରେ ମୋହର ମାରି ନଥିଲେ । ତେଣୁ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ରାଶି ମିଳି ନଥିଲା । ତେବେ ଏହି ହରିଜନ ଓ ଆଦିବାସୀ କ୍ଷତିପୂରଣ ଅନୁକମ୍ପା ରାଶି ବିଲ ପାସ କରାଇଦେବା ପାଇଁ ସୁବ୍ରତ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ପୂର୍ବରୁ ସେ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଟଙ୍କା ନେବାର ଥିଲା । କିନ୍ତୁ ଏସମ୍ପର୍କରେ ପୀଡ଼ିତ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ । ଏହାପରେ ଯାଜପୁର ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେ ହାତ ଧରିବାକୁ ଯୋଜନା କରିଥିଲା । ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା । ୧୦ ହଜାର ଟଙ୍କା ଅଧିକାରୀମାନେ ଜବତ କରିବା ସହ ସୁବ୍ରତ କୁମାର କାନୁନଗୋଙ୍କୁ ଗିରଫ କରିଛନ୍ତି ।