ପୁରୀରେ ଏନକାଉଣ୍ଟର : ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ

0
49
ପୁରୀରେ ଏନକାଉଣ୍ଟର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୯/୧୨) : ପୁରୀ ସତ୍ୟବାଦୀ ବ୍ଲକ୍ ସୁଆଣ୍ଡ ଗ୍ରାମରେ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ । ପୁରୀ ସଦର ବାଟଗାଁ’ର କାଳୁ ଭୋଳ ।

ଏନକାଉଣ୍ଟର ବେଳେ କାଳୁ ଭୋଳର ଡାହାଣ ଗୋଡରେ ବାଜିଛି ଗୁଳି । ସତ୍ୟବାଦୀ ଆଇଆଇସିଙ୍କ ଉପରକୁ ଗୁଳିମାଡ କରିବା ବେଳେ କରାଗଲା ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କାଳୁ ଭୋଳ ଭର୍ତ୍ତି । ଜିଲ୍ଲାର ବିଭିନ୍ନ ଥାନାରେ ୧୮ରୁ ଉର୍ଦ୍ଧ୍ବ ମାମଲା ରହିଛି କାଳୁ ଭୋଳ ନାମରେ ।