ବିନିକା ବ୍ଳକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ଅନୁଷ୍ଟିତ

0
102
23bb7654 B25e 4f5d 9837 4e09f48fff26

ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର (୨୯/୧୨) : ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଳକ ସଭାଗୃହରେ ବିନିକା ବ୍ଳକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିନିକା ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେ‌ହେର ମଞ୍ଚ ପରିଚାଳନା କରିଥିଲେ |

ପ୍ରଥମେ ବିନିକା ବ୍ଳକ ଗ୍ରା.ପ ସଂପ୍ରସାରଣ ଅଧିକାରୀ ଦିନବନ୍ଦୁ ମଲ୍ଲିକ ପୁର୍ବ ବୈଠକର ବିବରଣି ପଠନ କରିଥିଲେ ପୂର୍ବ ବୈଠକ ଉପେଚରେ ଆଳୋଚନା କରି ଦୃଢ଼ୀ କରଣ କରା ଯାଇଥିଲା ଆଜିର ବୈଠକରେ ସ୍ବାସ୍ଥ୍ୟ,ପଶୁପାଳନ, ପାନୀୟଜଳ, ବିଦ୍ୟୁତ, ମହିଳା ଓ ଶିଶୁ ବିକାଶ ଯୋଜନା, ଶିକ୍ଷା,ଜଳସେଚନ, ଜଙ୍ଗଳ, କୃଷି,ଶିଳ୍ପ, ଉଦ୍ୟାନ ବିଭାଗ, ସମବାୟ, ମତ୍ସ୍ୟଚାଷ, ଜନଜାତି ମଙ୍ଗଳ, ସାମାଜିକ ସୁରକ୍ଷା, ସାଧାରଣ ବଣ୍ଟନ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଅନ୍ୟନ୍ୟ ବିଭାଗ ଉପରେ ଆଲୋଚନା ହୋଇଥିଲା |23bb7654 B25e 4f5d 9837 4e09f48fff26

ବୈଠକରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିନିଧି ଅଶୋକ ନନ୍ଦ. ବିନିକା ତହସିଲଦାର ସିତାରାମ ଭୋଇ , ବିନିକା ଜିଲ୍ଲା ପରିଷଦ ସଭ୍ୟ ପ୍ରମିଳା କଲତା , ବିନିକା ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ , ସରପଞ୍ଚ ସଂଘ ସଭାପତି ରଜତ କୁମାର ପଧାନ,ବିନିକା ବିଦ୍ୟୁତ ବିଭାଗ ଏସଡ଼ିଓ ଦିପକ କୁମାର ବେହେରା, ଡ଼ା ସନ୍ତୋଷ କୁମାର ବିଭାର, ପିଏଚଇଓ ଅକୃର ହୋତା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ପଟେଲ,ବିଇଓ ହେମସାଗର କାଲସେ, ରାମପୁର କେନାଲ ଏଇଇ ମୁନିରାଜ ରୁହିଆ ହାସ୍ତା ,ସିଆଇପିଓ -ଅଭିଜିତ ତ୍ରିପାଠୀ, ସମେତ ବିନିକା ବ୍ଳକ ୧୬ ଗୋଟି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ,ସରପଞ୍ଚ, ବ୍ଳକ ସ୍ତରିୟ ବିଭିନ୍ନ ବିଭାଗର କର୍ମଚାରି ଉପସ୍ତିତଥିଲେ ଶେଷରେ ବିନିକା ବ୍ଳକ ବିଏସଏସଓ ରୀତିକା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l