ନୟାପଲ୍ଲୀ ପୋଲିସ ହାତରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗ

0
40
ନୟାପଲ୍ଲୀ ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୧୨) : ନୟାପଲ୍ଲୀ ପୋଲିସ ହାତରେ ୫ ଜଣିଆ ଲୁଟେରା ଗ୍ୟାଙ୍ଗ । ଲୁଟେରାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ପୋଲିସ ।

୨୩୪ଟି ସୁନା ଗହଣା, ୪୩୯ଟି ରୂପା ଗହଣା ସହ ୩ଟି ପାଣି ପମ୍ପ, ୱାଟର ପ୍ୟୁରିୟର ଜବତ ହୋଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି । ଦିନରେ ଲୁହା, ଟିଣ ବ୍ୟବସାୟ କରୁଥିବା ଏହି ଗ୍ୟାଙ୍ଗର ସଦସ୍ୟ ରାତିରେ ଚୋରି କରୁଥିଲେ । ଗ୍ୟାଙ୍ଗର ମୁଖ୍ୟ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ଜଣା ପଡ଼ିଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟ କେନ୍ଦ୍ରାପଡ଼ା, ଜଗତସିଂହପୁର ଅଞ୍ଚଳର ।