ମୁନିଗୁଡ଼ା ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌

0
47
ମୁନିଗୁଡ଼ା ଡ୍ରାଇଭର

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୫/୧) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନୂତନ ବସ୍ ଷ୍ଟାଣ୍ଡ ନିକଟରେ ୧୦୦ ରୁ ଉର୍ଦ୍ଧ୍ବ ଡ୍ରାଇଭର ଏକତ୍ରିତ ହୋଇ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳ ପାଇଁ ନିଷ୍ପତ୍ତି ନେଇଛନ୍ତି ।WhatsApp Image 2024 01 05 at 18.12.04 ମୁନିଗୁଡ଼ା ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌

ମୁନିଗୁଡ଼ା ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ପାଇଁ ନିଷ୍ପତ୍ତି ନେଇଛନ୍ତି । କାରଣ କେନ୍ଦ୍ରସରକାରଙ୍କ ନୂଆଁ ନିୟମ ହିଟ୍ ଏଣ୍ଡ ରନ ନିୟମକୁ ବିରୋଧ କରିକହିଛନ୍ତି ଆମେ ସକାଳୁ ଉଠି ଆମ ପିଲା ସଂସାରକୁ ପଛରେ ପକାଇ ସେବା ମନବୃତ୍ତୀ ନେଇ ଡ୍ରାଇଭର ର କାମକରୁଅଛୁ ଏବଂ ଯାତ୍ରୀ ଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଥାଉ କିନ୍ତୁ କେନ୍ଦ୍ର ସରକାର ଯେଉଁ ନିୟମ ଲାଗୁ କରିଛନ୍ତି ଯଦି କୌଣସି ଡ୍ରାଇଭର ଦୃଘଟଣା ଘଟାଏ ଓ ସେଠାରୁ ପଳାଇଯାଏ ତାହାହେଲେ କେନ୍ଦ୍ରସରକାରଙ୍କ ନିୟମ ଅନୁସାରେ ୭ ଲକ୍ଷ୍ୟ ଟଙ୍କା ଜରିମାନା ଓ ୧୦ ବର୍ଷ ଜେଲ ଦଣ୍ଡକୁ ବିରୋଧ କରି ଶାନ୍ତି ପୂର୍ଣ୍ଣ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ଡ଼ାକରା ଦେଇଛନ୍ତି ।

ସେହି କେନ୍ଦ୍ରସରକାରଙ୍କ ନିୟମ ବନ୍ଦ କରିବା ପାଇଁ ଅନୁରୋଧ କରାଯାଉଛି ଯଦି ନକରାଯାଏ ତାହାହେଲେ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ବଳବତ୍ତର ରହିବ ବୋଲି ସଭାପତି ସଙ୍କର ଗୁଡୁମ୍ବାକା କହିଛନ୍ତି । ଆଜିର ଏହି ଆନ୍ଦୋଳନରେ ଉପ ସଭାପତି ବୁଡ଼ ସବର, ସମ୍ପାଦକ ଲୋକନାଥ ପୁଜାରୀ, ସହ ସମ୍ପାଦକ ରାଜେନ୍ଦ୍ର ଭୋଇ, ଓ ଅମର ଜିତ଼ ସିଂ ଉପ ଦେଷ୍ଟା ସ୍ୟାମଘନ ଉରଲାକା ରହି ଆଜିର ଆନ୍ଦନ ରେ ସହଯୋଗ କରିଥିଲେ ।