ବଣଭୋଜି ରେ ଫୁଟିଲା ଗୁଳି; ସମିତ ସଭ୍ୟଙ୍କ ସମେତ ୩ ଆହତ

0
54
ବଣଭୋଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୧/୦୧) : ସାଙ୍ଗମାନେ ମିଶି ବଣଭୋଜି କରୁଥିଲେ । ଭୋଜିରେ ଖୁସିମଜା ଚାଲିଥିଲା। ହଠାତ୍ ସବୁ ଓଲଟପାଲଟ ହୋଇଯାଇଥିଲା । ଭୋଜିରେ ଫୁଟିଥିଲା ଗୁଳି । ଏଥିରେ ୩ ଜଣ ଆହତ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଈଝୁଳି ଗାଁ’ରେ ବଣଭୋଜି ରେ ଫୁଟିଥିଲା ଗୁଳି । ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଜଣକ ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ । ଗତକାଲି ବିଳମ୍ବିତ ରାତିରେ ଗରେଇଝୁଳି ଗାଁ’ରେ କିଛି ଯୁବକ ବଣଭୋଜି କରୁଥିଲେ । ଭୋଜିରେ ଖୁସିମଜା ଚାଲିଥିଲା । ତେବେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପାଟି ତୁଣ୍ଡ ହୋଇଥିଲା । ସେହି ରାସ୍ତାଦେଇ ନରେନ୍ଦ୍ର ଓ ତାଙ୍କ ଭାଇ ଘରକୁ ଫେରୁଥିଲେ । ଯୁବକଙ୍କ ପାଟିତୁଣ୍ଡ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା ।

ଜଣେ ଯୁବକ ନରେନ୍ଦ୍ରଙ୍କ ଉପରକୁ ଗୁଳିମାଡ କରିଥିଲେ । ନରେନ୍ଦ୍ରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଭାଇ ଓ ଅନ୍ୟ ଜଣେ ଆହତ ହୋଇଥିଲେ । ନରେନ୍ଦ୍ରଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ଜଣଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ କରିବା ସହ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ ।