ଛୁଆ ପାଇଁ ପାଣି ଗରମ କରୁଥିବା ବେଳେ ଲୁଗାରେ ଲାଗିଲା ନିଆଁ

0
53
ଛୁଆ ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୪/୦୧) : ଛୁଆ ପାଇଁ ଚୁଲିରେ ପାଣି ଗରମ କରୁଥିବା ବେଳେ ଲୁଗାରେ ଲାଗିଲା ନିଆଁ । ଫଳରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁର ଗାଁ’ରେ ।

ନିଆଁଲାଗି ଆହତ ହୋଇଥିବା ମହିଳାଙ୍କ ନାଁ ସୁନି ପାତ୍ର । ସେ ତାଙ୍କର ଦେଢ଼ ମାସର ଛୁଆ ପାଇଁ ଚୁଲିରେ ପାଣି ଗରମ କରୁଥିଲେ । ହେଲେ ଅସାବଧାନତା ବଶତଃ ତାଙ୍କ ଶାଢ଼ୀରେ ଲାଗି ଯାଇଥିଲା ନିଆଁ । ସୁନି ପାତ୍ରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ହାତ, କାନ୍ଧ ଓ ପିଠି ଆଦି ପୋଡ଼ି ଯାଇଛି।