ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

1
38
ଇଲେକ୍ଟ୍ରୋନିକ୍ସ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୧) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକକୁ ଆଜି ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଗସ୍ତ କରି ମୋ ସେବା କେନ୍ଦ୍ର, ଆମ ବ୍ୟାଙ୍କ ସେବା, 5T ସ୍କୁଲ ପରିଦର୍ଶନ କରି ଇଣ୍ଟରନେଟ ସେବାର ସମୀକ୍ଷା କରିଛନ୍ତି lWhatsApp Image 2024 01 17 at 10.46.05 1 ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l ପ୍ରଥମେ ଶ୍ରୀ ପଟ୍ଟନାୟକ ବୀରମହାରାପୁର ଠାରେ ପହଞ୍ଚିଲା ପରେ ତାଙ୍କୁ ବ୍ଲକ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା l ପରେ ବ୍ଲକ କାର୍ଯ୍ୟାଳୟ, ମୂର୍ସୁଣ୍ତି ପଞ୍ଚାୟତ, ରଘୁନାଥ ହାଇସ୍କୁଲ ଏବଂ ଚମ୍ପାମାଲ ମୋ ସେବା କେନ୍ଦ୍ର ବୁଲି ଦେଖିଥିଲେ l ସେହିପରି ଉଲୁଣ୍ଡା ବ୍ଲକର ବ୍ଲକ କାର୍ଯ୍ୟାଳୟ ସହ ଖେମାଲୋଏ ପଞ୍ଚାୟତ କାର୍ଯ୍ୟାଳୟ, ଯଉଁରାଭଉଁରା ହାଇସ୍କୁଲ ଏବଂ ଆଇଁଲାଛଟ ସ୍ଥିତ ମୋସେବା କେନ୍ଦ୍ର ବୁଲି ଦେଖିବା ସହ ଜନସାଧାରଣ ପାଖରେ ମୋ ସେବା, ଆମ ବ୍ୟାଙ୍କ୍ ସେବା ଠିକ୍ ଭାବରେ ପହଞ୍ଚି ପାରୁଛିକି ନାହିଁ ଏବଂ ଇଣ୍ଟରନେଟ୍ ସେବା କିଭଳି ରହିଛି ତଦାରଖ କରିଥିଲେ l ଜନସାଧାରଣ ଯେମିତି ଉପଯୁକ୍ତ ସେବା ପାଇ ପାରିବେ ସେ ଉପରେ ଧ୍ୟାନ ଦେବା ପାଇଁ ବିଡ଼ିଓଙ୍କୁ ପରାମର୍ଶ ଦେଇଥିଲେ l

ଏହି ଅବସରରେ ଯାଉଁରାଭଉଁରା ହାଇସ୍କୁଲ ପରିସରରେ ଶ୍ରୀ ପଟ୍ଟନାଏକ ବୃକ୍ଷ ରୋପଣ କରିଥିଲେ l ଶ୍ରୀ ପଟ୍ଟନାୟକ ଙ୍କ ଗସ୍ତ ସମୟରେ ଉଲୁଣ୍ଡା ବିଡ଼ିଓ କରିସ୍ମା ଵେଶ୍ରା, ବୀରମହାରାଜପୁର ବିଡ଼ିଓ ରଘୁନାଥ ପାଣିଗ୍ରାହୀ, ଯଉଁରା ଭଉଁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପୁରୋହିତ, ଖେମାଲୋଇ ପଞ୍ଚାୟତର ପିଇଓ ସ୍ଵୟଂଭୂ ପୁରୋହିତଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ l ସେହିପରି ଅପରାହ୍ନ ସମୟରେ ସୋନପୁର ବ୍ଲକର ସାଗରପାଲି ଗଙ୍ଗାଧର ମେହେର ହାଇସ୍କୁଲ ଏବଂ ବଲାଡି ମୋ ସେବା କେନ୍ଦ୍ର ବୁଲି ଦେଖିଥିବା ବେଳେ ତରଭା ବ୍ଲକ କାର୍ଯ୍ୟାଳୟ, ଘାଟକଇଁତରା ମୋ ସେବା କେନ୍ଦ୍ର, ଶିବତଳା ହାଇସ୍କୁଲ ପରିଦର୍ଶନ କରି ଉପଯୁକ୍ତ ସୁବିଧାର ଉପଲବ୍ଧତା ଉପରେ କର୍ମଚାରୀ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜନସାଧାରଣ ଙ୍କ ସହିତ ଆଲୋଚନା କରିଥିଲେ l

ପରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରି ଜିଲ୍ଲାରେ ଚାଲୁଥିବା ମୋସେବା କେନ୍ଦ୍ର ଗୁଡିକୁ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ କରିବା ସହ ସମ୍ପୂର୍ଣ୍ଣ ଇଣ୍ଟରନେଟ ସୁବିଧା କୁ ଉପଲବ୍ଧ କରିବା, ସେହିପରି 5T ସ୍କୁଲ ଗୁଡିକରେ ମଧ୍ୟ ଶତପ୍ରତିଶତ ଇଣ୍ଟରନେଟ ସୁବିଧା କୁ ଉପଲବ୍ଧ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ l

ବୈଠକରେ ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଅଧ୍ୟକ୍ଷତା କରି ଜିଲ୍ଲା ସ୍ଥିତ ମୋ ସେବା କେନ୍ଦ୍ର ଗୁଡିକୁ ଗୁଗୁଲ ମାପିଙ୍ଗ ରେ ପ୍ରଦର୍ଶିତ କରାଗଲେ ଜନସାଧାରଣ ଏହାର ଅଧିକ ରୁ ଅଧିକ ଲାଭ ନେଇପାରିବେ ବୋଲି କହିଥିଲେ l ଏଣୁ ଜନସାଧାରଣଙ୍କ ନିମନ୍ତେ ସମସ୍ତ ସରକାରଙ୍କ ଜନସେବା କେନ୍ଦ୍ର ଇତ୍ୟାଦି କୁ ସରକାରଙ୍କ ବିଭାଗ ତରଫରୁ ଜିଓ ଟେଗିଙ୍ଗ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ l ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର,ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଇ ଗଭରନେନ୍ସ ଗୁପ୍ତେଶ୍ୱର ରଣା, ଡି ପା ଦେବଦତ୍ତ ରଥ,ଡିଷ୍ଟିକ ମେନେଜର ସହଜ ଗୌତମ ମେହେର, ଏ ଜି ଏମ ବି ଏସ ଏନ ଏଲ ତାରିଣୀ ପ୍ରସାଦ ତ୍ରିପାଠୀ ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ l

1 COMMENT

Comments are closed.