ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି : ବିଡ଼ିଓଙ୍କୁ ଘେରିଲେ ନିୟମଗିରି ବାସୀ

0
296

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୧୫/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତରେ ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଆଜି ନିୟମଗିରି ବାସି ବିଡ଼ିଓ ସୁଧାକର ଚଇତିଙ୍କୁ ଘେରିଥିବା ଦେଖିବାକୁ ମିଳିଛି ।92a68cc5 1db5 451b 9ba0 8d2787a0e935 ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି : ବିଡ଼ିଓଙ୍କୁ ଘେରିଲେ ନିୟମଗିରି ବାସୀ

ନିୟମଗିରି ପାହାଡ ରେ ଥିବା ଡଙ୍ଗରିଆ ଗାଁ ଚାଟିକଣା, କୁର୍ସିମୁହି ଓ ତାଡ ମୁହିଁରେ ୨୦୨୦-୨୧ଆର୍ଥିକ ବର୍ଷରେ ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ଓ ଘର ନଦେଇ ସେମାନଙ୍କ ଘରେ ଏକ ସୂଚନା ଫଳକ ଲଗାଇଦେଇଛନ୍ତି । ଏହି ସୂଚନା ଫଳକରେ ହିତାଧିକାରୀଙ୍କ ନାମ ,ଆର୍ଥିକବର୍ଷ ଉଲ୍ଲେଖ କରିଥିବା ବେଳେ ଅଟକଳ ମୂଲ୍ୟ ଲେଖା ଯାଇନାହିଁ କାହିଁକି ବୋଲି ତିନି ଖଣ୍ଡ ଗାଁ ର ପ୍ରାୟ ୧୦୦ରୁ ଉର୍ଦ୍ଧ ଡଙ୍ଗରିଆ ମହିଲପୁରୁଷ ଲୋକେ ଆସି ବିଡ଼ିଓ ଙ୍କୁ ଘେରି ପଚାରିଥିଲେ । ଏହି ସୂଚନା ଫଳକକୁ ପଞ୍ଚାୟତର କିଛି କର୍ମଚାରୀ ନେଇ ଲଗାଇଥିଲେ । ଏହି ସୂଚନା ଫଳକ ଲଗାଇବା ବେଳେ ହିତାଧିକାରୀ ମାନେ ମନା କରିବା ସତ୍ୱେ ଲଗାଇ ଚାଲିଯାଇଥିବା ଡଙ୍ଗରିଆ ମାନେ କହିଛନ୍ତି ।

ଆମକୁ୨୦୧୩-୧୪ ଓ୨୦୧୫-୧୬ ଆର୍ଥିକବର୍ଷ ୭୫ହଜାର ଟଙ୍କା ରେ ଘରକରିବା ପାଇଁ କାର୍ଯ୍ୟାଦେଶ ଦେଇଥିଲେ । କିନ୍ତୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଟିଣ ଯୋଗାଇଥିବା ବେଳେ କିଛି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତା କୁ ଦେଇଥିଲେ । ବଳକା ଟଙ୍କା ଆଜି ପର୍ଯ୍ୟନ୍ତ ଦେଇନଥିବା ଡଙ୍ଗରିଆ ମାନେ କହିଛନ୍ତି ।

ବର୍ତ୍ତମାନ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଇନ୍ଦିରା ଆବାସ ବା ବିଜୁପକ୍କା ଯୋଜନାରେ ସାମିଲ ନକରି କିପରି ଫଳକ ଲଗାଯାଉଛନ୍ତି । ଯଦି ଡଙ୍ଗରିଆଙ୍କ ନାମରେ ଘର ଆସିଛି ତାହା ହେଲେ ନଦେଇ କିପରି ବାଟମାରଣା କରି ହିତାଧିକାରୀଙ୍କ ଘରେ ସୂଚନା ଫଳକ ଲଗାଯାଉଛି ।2b46e87e e382 4412 8041 823c4a85f4cb ବିଜୁପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି : ବିଡ଼ିଓଙ୍କୁ ଘେରିଲେ ନିୟମଗିରି ବାସୀ

ଚାଟିକଣା ଗାଁରେ ୧୪, କୁର୍ସିମୁହି ଗାଁରେ ୧୩ ପରିବାର ଥିବାବେଳେ ସେହି ଗାଁକୁ ୪୧ ଜଣ ଓ ତାଡମୁହିଁ ଗାଁରେ ୨୮ ପରିବାରଙ୍କ ଘରେ ସୂଚନା ଫଳକ ଲଗାଇବା ପାଇଁଆସିଥିବା ଡଙ୍ଗରିଆ କାଡ୍ର।କା ଆନ୍ଦରାନୀ, ୱେଙ୍ଗେସିକା ବଙ୍ଗାରୀ,କାଡ୍ରକା ଡ୍ରିକା,ୱେଙ୍ଗେସିକା ବାମୁଣୁ ,କାଡ୍ରକା ଡ୍ରାମ୍ବେ, କାଡ୍ରକା ମାଗାଡା ,କାଡ୍ରକା ସାଦ୍ରୀ,କାଡ୍ରକା ଗିଜୁରୁ, କାଡ୍ରକା ମାଝି ୱେନୀ,କାଡ୍ରକା ସାନି,କାଡ୍ରକା ପୁଲମେ,କାଡ୍ରକାବୁଦ୍ରୀ ,ସୁନ୍ଦର ଭତ୍ରା ଓ ଅଭି ଭତ୍ରା ଙ୍କ ଘରରେ ସୂଚନା ଫଳକ ଲଗାଯାଇଛି । କିନ୍ତୁ କାଡ୍ରକା ବୁଦ୍ରୀ ମୁତ୍ଯୁ ହୋଇଥିବା ବେଳେ ତାଙ୍କ ନାମରେ କିପରି ଆସିଛି ବୋଲି କହିଛନ୍ତି ।

ବିଡ଼ିଓ ଙ୍କୁ ଲିଖିତ ଦେବା ବେଳେ ପାର୍ଶ।ଲି ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ ଓ ସରପଞ୍ଚ ବାମ କାଡ୍ର।କା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ପରେ ଡଙ୍ଗରିଆ ମାନେ ଜିଲାପାଳ ଙ୍କ ନିକଟକୁ ମଧ୍ୟ ଲିଖିତ ଦେବାପାଇଁ ଯାଇଛନ୍ତି ।

ଏ ସମ୍ପର୍କରେ ବିଡ଼ିଓ ସୁଧାକର ରଇତ ଙ୍କୁ ପଚାରିବାରୁ ସେ କହିଲେ ସୂଚନା ଫଳକ ଲଗାଇବା ଭୁଲ ହୋଇଛି ,ଯେଉଁ ବର୍ଷ ରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ସେହି ବର୍ଷ ହିଁ ବୋଲି ଲେଖିବା କଥା । କିନ୍ତୁ ଏମାନେ ଭୁଲ ବଶତଃ ୨୦୨୦-୨୧ବୋଲି ଲେଖିଛନ୍ତି । ଏହାକୁ ପଞ୍ଚାୟତ ତରଫରୁ ମନିଟେରିଂ କରିବାକୁ କହିଥିବା ବେଳେ ସେହିମାନେ ଆସିନଥିଲେ । ବର୍ତ୍ତମାନ ମୋ ନିର୍ଦେଶରେ ତଦନ୍ତ କରି ସମାଧାନ କରାଯିବ ବୋଲି କହିଛନ୍ତି ।