ଭାଜପା ପକ୍ଷରୁ କଲ୍ୟାଣସିଂହପୁର ଠାରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
271

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୩୧/୭) : ରାୟଗଡ଼ା ଜିଲ୍ଲା ବିଷମ କଟକ ଭାଜପା ପକ୍ଷରୁ କଲ୍ୟାଣସିଂହପୁର ଜଗନ୍ନାଥ ପଡ଼ିଆ ଠାରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାଥି ଶିବ ଶଙ୍କର ଉଲାକା, ମହିଳା ମୋର୍ଚ୍ଚା ଉପସଭାନେତ୍ରି ମଇନା ଆଚାରି, ଭାଜପା ପକ୍ଷରୁ କଲ୍ୟାଣସିଂହପୁର ବ୍ଲକ ସଭାପତି ଶ୍ରୀନିବାସ ଚୌଧୁରୀ,ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମଲ, ଅନସୁଚିତ ଜାତିର ମୋର୍ଚ୍ଚା ର କାର୍ଯ୍ୟକାରିଣୀ ସଦସ୍ୟଜାଡ଼ି ବାବୁରାଓ,ଯୁବ ମୋର୍ଚ୍ଚା ସଭାପତି ଗୁଡ଼ଲ୍ଲା ସନ୍ଦୀପ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।1beb3902 f73f 424e ae72 4f1d80075126 ଭାଜପା ପକ୍ଷରୁ କଲ୍ୟାଣସିଂହପୁର ଠାରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ଆସନ୍ତା ନିର୍ବଚନକୁ ଦୃଷ୍ଟିରେ ରଖି ଭୋଟର୍ ଙ୍କୁ ଆକୃଷ୍ଟ କରିବା ସହ ତୃଣ ମୂଳ ସ୍ତରରେ ସଂଘଠନ କୁ ମଜବୁତ୍ କରିବା ପାଇଁ ଜିଲ୍ଲା ଭାଜପା ପକ୍ଷରୁ ଏଭଳି କାର୍ଯ୍ୟ କ୍ରମ ଗୁଡ଼ିକ ଅନୁଷ୍ଠିତ କରାଯାଉଛି । ଭୋଟର୍ ଙ୍କୁ ଆକୃଷ୍ଟ କରି କେନ୍ଦ୍ର ସରକାର ଙ୍କ ଯୋଜନା ସଫଳ ରୂପାୟନ ଗ୍ରାମାଞ୍ଚଳ ରେ କିଭଳି ଭାବରେ କାର୍ଯ୍ୟକାରୀ ହେବ ସେନେଇ ଭୋଟର୍ ମାନଙ୍କୁ ବୁଝାଉଛନ୍ତି ।

ଏହି ଵୈଠକ ରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଭାଜପା ଦଳରେ ପମଡା, ଘାଗୁଡିମାଳ, ଲୋହାରସାହି,ସ୍ଥାନୀୟ ଆଦିବାସୀ ସାହିର ପ୍ରାୟ ପଚାଷରୁ ଉର୍ଦ୍ଧ୍ୱ ଭୋଟର୍ ସାମିଲ୍ ହୋଇଛନ୍ତି । ସେମାନଙ୍କୁ ଦଳୀୟ ଉପଢକନ ପକାଇସମ୍ବର୍ଦ୍ଧନା ସହ ସ୍ବାଗତ ଜଣେଇ ଥିଲେ ।