ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲା ଠାରେ ଆମ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ -୨୦୨୪

0
43
ସରକାରୀ ଉନ୍ନୀତ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୦/୧) : ମୁରିବହାଲ ବ୍ଲକ୍ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କର୍ଲ। ଠାରେ ଆମ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ପାଳନ କରାଯାଇଛି ।

ଉକ୍ତ ଉତ୍ସବକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଆଜି ସଭା ର ସଭାପତି ଶ୍ରୀଯୁକ୍ତ ଶ୍ରିମନ୍ତ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟ ଅଥିତି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ଡଧର ଭୋଇ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ପୂଳସ୍ତି ବେହେରା , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଛବି ବାଗ, ସିଆରସିସି ବିଭୁଦତ୍ତ ବିକ୍ରମ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ| ଭାଷା ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ପରିଚାଳନା କରିଥିଲେ ଶ୍ରୀମାନ ମିଲନ ମହାପାତ୍ର ଓ ସୁଧାଂଶୁ ଶେଖର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ମାଝୀ, ରିଚପଲ୍ କୁଆଁର, ଗୋବିନ୍ଦ ବଗର୍ତ୍ତି, ପ୍ରସନ୍ନ ସେଠ୍, ହେମନ୍ତ ଛତ୍ରିଆ, ଦିବ୍ୟକାନ୍ତି ଭୋଇ, ବିକାଶ ସାହୁ ଓ ସୁଜିତ୍ ମନହିରl ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ ।