ଭାରତ ଜୋଡ ନ୍ୟାୟ ଯାତ୍ରା ରେ ରାହୁଲ ଗାନ୍ଧୀ ;ମଣିପୁର ହିଂସା କାଣ୍ଡ ପାଇଁ ନ୍ୟାୟ ଯାତ୍ରା ଆରମ୍ଭ

0
75
ଭାରତ ଜୋଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୨/୦୧) : ଭାରତ ଜୋଡ ନ୍ୟାୟ ଯାତ୍ରା ରେ ରାହୁଲ ଗାନ୍ଧୀ ମଣିପୁର ହିଂସା କାଣ୍ଡ ପାଇଁ ମଣିପୁର ରୁ ନ୍ୟାୟ ଯାତ୍ରା ଆରମ୍ଭ ।

ଯୁବକ ମାନଙ୍କ ବେରୋଜଗାର କଥାକୁ କେନ୍ଦ୍ର କରି ଭାରତ ଜୋଡ ଯାତ୍ରା ଜନସାଧାରଣଙ୍କ ପାଇଁ ଜନ ସାଧାରଣଙ୍କ ଅସୁବିଧା ଏବଂ ତାଙ୍କ ହକ ପ୍ରଦାନ ପାଇଁ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶାର୍ମା ଯୋଉ ଭଳି ପ୍ରତିକ୍ରିୟା ପୂର୍ବରୁ ଦେଉଥିଲେ କଂଗ୍ରେସ ର ଏହି ଯାତ୍ରା ଆସାମ ଦେଇ ଯିବା ସମୟ ରେ ଆସାମ ର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା କ୍ରମେ ବିଜେପି କର୍ମୀ ପ୍ରତିଶୋଧ ରୂପକ ରାହୁଲ ଗାନ୍ଧୀ ଙ୍କୁ ବିରୋଧ ସହ କଂଗ୍ରେସ ସୋସିଆଲ ମିଡ଼ିଆ ସଦସ୍ୟ ଙ୍କ ଫୋନ ଓ କ୍ୟାମେରା ଛଡ଼େଇବା ସହ ଯୁବ ଓ ଛାତ୍ର କଂଗ୍ରେସ ର ଅନେକ ନେତା ଙ୍କୁ ଲହୁଲୁହାଣ କରିଥିଲେ ।

ବିଜେପି କର୍ମୀ ଗଣ ପ୍ରତିଶୋଧ ପରାୟଣ ହୋଇ ଗୁଣ୍ଡାରାଜ କରିବା ଅର୍ଥ ଅନ୍ୟାୟ ଅନୀତିରେ ବୁଡି ରହି ଜନସାଧାରଣଙ୍କ ପାଇଁ ଲଢେଇ କରୁଥିବା ଜନସାଧାରଣଙ୍କ ପ୍ରିୟ ଜନସାଧାରଣଙ୍କ ହକ ପାଇଁ ବାହାର କରିଥିବା ଭାରତ ଜୋଡ ଅନ୍ୟାୟ ଯାତ୍ରା ବିରୋଧରେ ସମସ୍ତ ମୋଦି ଭକ୍ତ ଓ ବିଜେପି କର୍ମୀଙ୍କର ଅହଙ୍କାର ର ଓ ପ୍ରତିଶୋଧ ବିରୋଧରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ପୁରୀ ଠାରେ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ କେନ୍ଦ୍ର ସରକାର ଙ୍କ ଗୁଲାମ ନେତା ମନ୍ତ୍ରୀ ଙ୍କୁ ପୁରୀରେ ପୁରାଇ ଦେବନି ଯୁବ କଂଗ୍ରେସ ବୋଲି ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ଜିଲ୍ଲା ସଭାପତି ଆଲୋକ କୁମାର ଦାଶ କହିଛନ୍ତି ।

ଯୁବ କଂଗ୍ରେସ ର ଏହି ପ୍ରତିବାଦ ରେ ପୂର୍ବତନ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପ୍ରଧାନ, ଜ଼ିଲ୍ଲା କଂଗ୍ରେସ ମୁଖପାତ୍ର ସ୍ୱାଧୀନ ପଣ୍ଡା, ଜିଲ୍ଲା ଓବିସି ବିଭାଗ ସଭାପତି ରଶ୍ମୀକାନ୍ତ ସାହୁ, ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଚେତନ ମିଶ୍ର, ଯୁବକଂଗ୍ରେସ କାକଟପୁର ବିଧାନସଭା ସଭାପତି ବିରଞ୍ଚି ନାରାୟଣ ପତି, ଯୁବ କଂଗ୍ରେସ ପୁରୀ ବିଧାନ ସଭା ଉପ ସଭାପତି ଅନିଲ ବେଜଙ୍କ ସହ ଅନ୍ୟ ଯୁବ କଂଗ୍ରେସ ଶତାଧିକ କର୍ମୀଙ୍କ ଗହଣ ରେ ପୁରୀ କଂଗ୍ରେସ ଭବନ ଛକ ଠାରେ ଆସାମ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲା ଜ଼ିଲ୍ଲା ଯୁବ କଂଗ୍ରେସ ।