କଣ୍ଟେନର ଓଲଟି ୪୦ ଗୋରୁଙ୍କ ମୃତ୍ୟୁ

0
69
କଣ୍ଟେନର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୧) : କଣ୍ଟେନର ଓଲଟି ୪୦ ଗୋରୁଙ୍କ ମୃତ୍ୟୁ l ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଗୋରୁ ବେପାରୀଙ୍କ ନୃସଂଶ ଅମାନବୀୟ କାଣ୍ଡ l

ସୋନପୁର ଥାନା ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର l କଣ୍ଟେନର ଥିବା ଅନେକ ଗୋରୁ ମୃତ ଓ ଅନେକ ଆହତ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ କଣ୍ଟେନରଟି ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ବିଶିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା l ଦୁର୍ଘଟଣା କଣ୍ଟେନର ରୁ ପ୍ରାୟ ୪୦ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଜୀବିତ ଗୋରୁଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି l ଘଟଣା ଖବର ପାଇ ସୋନପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛନ୍ତି । ଏହାର ପୁଲିସ ତଦନ୍ତ ଆରମ୍ଭ କରିଛି l