ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ

0
29
ଓଡିଶା ବିଦ୍ୟୁତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୮/୦୧) : ଢେଙ୍କାନାଳ ବିଦ୍ୟୁତ୍ ମହାସଂଘର ସଭାଗୃହରେ ବାର୍ଷିକ ଅଧିବେଶନ ଉପସଭାପତି ମଳୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ । ଉକ୍ତ ସଭାରେ ସାଧାରଣ ସଂପାଦକ ଅମର କୁମାର ପ୍ରତାପସିଂ, ସର୍କଲ୍ ସଂପାଦକ ପ୍ରାଣବନ୍ଧୁ ମହାନ୍ତି, ଅନୁଗୁଳ ସଂପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଉପସ୍ଥିତ ଥିଲେ । ଏହି ବୈଠକରେ ଟାଟା ପାୱାରର କର୍ମଚାରୀ ଉପରେ ଯେଭଳି ଜୁଲୁମ୍ କରୁଛି ତାକୁ କିପରି ପ୍ରତିହତ କରାଯିବ ଓ କର୍ମଚାରୀମାନେ ସମସ୍ତେ ଏକାଠି ରହିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ତତ୍ ସହିତ ବିଦ୍ୟୁତ୍ ଗ୍ରାହକମାନେ କିପରି ୨୪ ଘଂଟିଆ ବିଦ୍ୟୁତ୍ ପାଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସଭାରେ ୧୨୦ରୁ ଉର୍ଦ୍ଧ୍ବ କର୍ମଚାରୀ ଉପସ୍ଥିତ ଥିଲେ । ଆସନ୍ତା ରବିବାର ଦିନ ବରହ୍ମପୁର ଠାରେ ଓଡିଶା ସ୍ତରରେ ବାର୍ଷିକ ଅଧୂବେଶନ ପାଇଁ ସମସ୍ତ କର୍ମଚାରୀଙ୍କୁ ସ୍ୱାଗତ କରିବା ସହିତ ଯୋଗଦାନ କରିବାକୁ ନିବେଦନ କରିଥିଲେ । ଶେଷରେ ଢେଙ୍କାନାଳ ଡିଭିଜନ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।