ଆଜି ବିଶ୍ୱ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

0
46
ଆଜି ବିଶ୍ୱ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩/୦୨) : ଆଜି ବିଶ୍ୱ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଜି ବିଶ୍ୱ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀକୁ ଉଦଘାଟନ ଅବସରରେ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆଜି ଫେବୃଆରୀ ୩ ସକାଳ ୭.୩୦ସମୟରେ ରାୟଗଡ ଜିଲ୍ଲା ପ୍ରସାଶନ ତରଫରୁ ଜିଲ୍ଲାରେ ଅବସ୍ଥାପିତ ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତମୂର୍ତ୍ତିରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ପ୍ରତିମୂର୍ତ୍ତି ମାନଙ୍କରେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ ଶ୍ରୀଯୁକ୍ତ ଜଗନ୍ନାଥ ସରକା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରାଇତ, ମୁଖ୍ୟ ବିକାଶ ଅଧିକରୀ ନିହାର ରଞ୍ଜନ କହଁର, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ଉପ ନିର୍ଦେଶକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ମନେ ଯୋଗଦେଇଥିଲେ ମାଲ୍ୟାର୍ପଣ l

ପୂର୍ବାହ୍ନ ୧୧ଘଣ୍ଟିଆ ସମୟରେ ରାୟଗଡା ଜିଲ୍ଲାପାଳ ଶ୍ରୀ ମହାଜନ,ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଭାସ୍କର ରୟିତ, ସିଡିଇଓ ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର ଉପସ୍ଥିତିରେ କର୍ମଚାରୀ ମାନଙ୍କ ଦ୍ୱାରା ରାଜ୍ୟ ସ°ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଏହା ଜିଲ୍ଲାରେ ଥିବା ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ୫/୨/୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଜାରି ରହିବ । ଆଜି ଶନିବାରଠାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଭୁବନେଶ୍ୱର ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହୋଇଯାଇଛି । ଏହା ୩ଦିନ ଧରି ଚାଲିବ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ କହିଛନ୍ତି ଯେ ଆଜି ବିଶ୍ୱ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର । ଭାଷା ହେଉଛି ଆମର ପ୍ରଗତି ଓ ପରମ୍ପରାର ସ°ଜଗ ସେତୁ ସହ ବିକାଶର ମୁଖ୍ୟ ମାର୍ଗ । ଓଡ଼ିଆ ଭାଷାର ଇତିହାସ ବହୁତ ଗୈରବଶାଳୀ ଓ ଏହାର ଭବିଷ୍ୟ ବହୁତ ଉଜ୍ଜ୍ୱଳ । କେନ୍ଦ୍ର ସରକାରଙ୍କ ଦ୍ୱାରା  ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ରୂପେ ବିଶ୍ୱରେ ମାନ୍ୟତା ପାଇଛି ଯାହା କି ଏହାର ଐତିହ୍ୟ, ସୌନ୍ଦର୍ଯ୍ୟ ଓ ସମୃଦ୍ଧି ପ୍ରତି ସ୍ବୀକୃତି ନେଇ । ଯେଉଁ ପ୍ରାନ୍ତରେ ଭାଷାର ଗୁରୁତ୍ୱ ଦିଆଯାଉଛି ସେଠାରେ ବିକାଶ ମଧ୍ୟ ସେହିପରି ଆଗେଇ ଯାଉଛି । ଏହାର ଐତିହ୍ୟକୁ ଉଜ୍ଜ୍ୱଳ କରିବା ଦିଗରେ ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ପ୍ରତି ଥିବା ମୁଖ୍ୟ ଅବଦାନ । ଆଜି ପ୍ରତି ଓଡ଼ିଆଙ୍କ ମନରେ ଉତ୍ସାହ, ଆନନ୍ଦ ସହ ଭାଷା ପ୍ରତି ପୁନଃ ଏକ ସଚେତନତା ଆସିଯାଇଅଛି । ଏହି ଓଡିଆ ଭାଷା ସମ୍ମିଳନୀ ଟି ବିଶ୍ୱର ସମସ୍ତ ଓଡିଆଙ୍କୁ ଉତ୍ତମ ପ୍ରଭାବ ପକାଇବା ସହ ଯୁବ ପିଢିକୁ ଓଡିଆ ଭାଷା ସହିତ ଯୋଡିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

ଏହି ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ ଅବସରରେ l ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଓଡିଆ ଭାଷା ସମ୍ମିଳନୀକୁ ପାଳନ କରିବା ଅବସରରେ ସମସ୍ତ ଜିଲ୍ଲା ତଥା ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଆଜିର ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ,କର୍ମଚାରୀ ସହ ପୌରପରିଷଦର ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଆଜିର ଏହି କାର୍ୟ୍ୟକ୍ରମଟିକୁ ଡିଆଇପିଆରଓଙ୍କ କାର୍ଯ୍ୟାଳୟର ପ୍ରଖେପକ ପୀତବାସ ବିଶ୍ୱାଳ, ଡମ୍ବରୁଧର ପଣ୍ଡା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ପରିଚାଳନାରେ ସହାୟତା କରିଥିଲେ l