ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ , ଜାରି ହେଲା ମ୍ୟାଚ ସୂଚୀ

0
80
ମାର୍ଚ୍ଚ ୨୨

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୨) : ଇଣ୍ଡିଆ ଆଇପିଏଲ ର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧୁମାଲ ଆଜି ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଦେଶର ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଆଇପିଏଲ ଭାରତରେ ହିଁ ଖେଳାଯିବ । ନିର୍ବାଚନ ପାଇଁ ଆଇପିଏଲର ମ୍ୟାଚସୂଚୀ ଏଯାଏଁ ଘୋଷଣା ହୋଇନାହିଁ । ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ସେହି ଅନୁସାରେ କିଛି ମ୍ୟାଚ୍‌ସୂଚୀ ପ୍ରସ୍ତୁତ କରାଯିବ । ଧୁମାଲଙ୍କ କହିବା କଥା ଯେ ପ୍ରଥମେ କେବଳ ୧୫ ଦିନ ପାଇଁ ମ୍ୟାଚସୂଚୀ ଜାରି କରାଯିବ । ସେ କହିଛନ୍ତି, “ଆମେ ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରୁଛୁ ।

ଆମେ ପ୍ରଥମେ ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକର ସୂଚୀ ଜାରି କରିବୁ । ଲୋକସଭା ନିର୍ବାଚନ ପାଇଁ ସମ୍ଭବତଃ ଆସନ୍ତାମାସ ଆରମ୍ଭରେ ତାରିଖ ଘୋଷଣା ହୋଇପାରେ । ଏହାପରେ ବାକି ମ୍ୟାଚ୍‌ଗୁଡ଼ିକର ତାରିଖ ଘୋଷଣା କରାଯିବ ।” ୨୦୦୯ରେ ଗୋଟିଏ ଥର ଆଇପିଏଲ ସଂପୂର୍ଣ୍ଣ ଭାବେ ବିଦେଶରେ ଖେଳା ଯାଇଥିଲା । ସେହି ବର୍ଷ ନିର୍ବାଚନ ଥିଲା । ୨୦୧୪ ନିର୍ବାଚନ ବେଳେ ଆଇପିଏଲ କିଛି ମ୍ୟାଚ୍ ୟୁଇଏଇରେ ଆୟୋଜନା କରାଯାଇଥିଲା । ତେବେ ୨୦୧୯ରେ ନିର୍ବାଚନ ସତ୍ତ୍ୱେ ଆଇପିଏଲର ସମସ୍ତ ମ୍ୟାଚ୍ ଭାରତରେ ଖେଳା ଯାଇଥିଲା। ଏଥର ମଧ୍ୟ ଆଇପିଏଲ ନିର୍ବାଚନ ବର୍ଷରେ ଭାରତରେ ଆୟୋଜନ କରାଯିବ ।