ଭିନ୍ନକ୍ଷମ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ

0
51
ଭିନ୍ନକ୍ଷମ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୦୨) : ସୋନପୁର ବ୍ଲକର ସଭାଗୃହରେ ଆଜି ଭିନ୍ନକ୍ଷମ ମାନଙ୍କ ପାଇଁ ଡିଜିଟାଲ ଶ୍ରବଣ ଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମ ଅବସରରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଯୋଗ ଦେଇ ଶ୍ରବଣ ବାଧିତ ଭିନ୍ନକ୍ଷମ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରିଥିଲେ । ଏହି ଶିବିରରେ ମୋଟ ୫୨ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିଲେ । ସେମାନଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାର ରେଡିଓ ଲୋଜିଷ୍ଟ ଅଭୟ ଲେଙ୍କା ଓ ଡିଡିଆରସି ଆଲୋକ କୁମାର ସାହୁଙ୍କ ଦ୍ୱାରା ଆବଶ୍ୟକ ପରୀକ୍ଷଣ କଲା ପରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବ୍ଲକ କର୍ମଚାରୀ ତଥା ବିଭାଗୀୟ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।