ଦେଓଗଡର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବେ ଧର୍ମେନ୍ଦ୍ର

0
33
ଦେଓଗଡର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୨୪/୦୨) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ୯ଟାରେ ଦେଓଗଡର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବେ ।

ଏହାପରେ ଦେବଗଡ଼ର ତିଲେଇବଣିରେ କେନ୍ଦ୍ରୀୟ ଚଷା ସମାଜ ପକ୍ଷରୁ ଆୟୋଜିତ ଚଷା ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ଦେବଗଡ଼ର ନିଳାବରେଣି ସାହିରେ ଆୟୋଜିତ ଅନ୍ୟଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଅପରାହ୍ନ ୩ ଟାରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ଦେବଗଡ଼ ଜିଲ୍ଲା, ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟକ୍ରମରେ ଦେବଗଡ଼ କଲେଜରେ ଯୋଗଦେବେ । ସଂଧ୍ୟା ୫ ଟାରେ କୁଚିଣ୍ଡାର ଖଣ୍ଡାକୋଟାରେ ବିରାଟ ଧନୁଯାତ୍ରା ଉତ୍ସବରେ ଯୋଗଦେବେ ।