ସରକାରୀ କ୍ୱାର୍ଟର୍ସରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
60
ସରକାରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୯/୦୨) : ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ କୁମାର ଘୋଷ ।

ଗତକାଲି ପ୍ରଦୀପଙ୍କ ଅଫିସରେ ଭୋଜି ଥିଲା । ଭୋଜି ଖାଇ ସାରି ପ୍ରଦୀପ ଦିନ ପ୍ରାୟ ୨ଟା ସମୟରେ ନିଜ ସରକାରୀ କ୍ୱାର୍ଟର୍ସରୁ ଫେରିଥିଲେ । ପରେ ରୁମ୍ କବାଟ ଦେଇ ଭିତରେ ଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରଦୀପ କବାଟ ନ ଖୋଲିବାରୁ ସଯୋଗୀଙ୍କ ସନ୍ଦେହ ହୋଇଥିଲା । ସେମାନଙ୍କ ପ୍ରଦୀପଙ୍କ ରୁମ କବାଟକୁ ବାଡ଼େଇଥିଲେ ଓ ଫୋନ୍ ମଧ୍ୟ କରିଥିଲେ । ହେଲେ ରୁମ୍ ଭିତରୁ କିଛି ଉତ୍ତର ଆସିନଥିଲା । ପରେ ସହଯୋଗୀମାନେ ପଛ କବାଟ ଭାଙ୍ଗି ଭିତରେ ପଶିଥିଲେ । ରୁମ ଭିତରେ ପ୍ରଦୀପ ଆତ୍ମହତ୍ୟା କରିଥିବା ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ ।

ପ୍ରଦୀପଙ୍କ ଘର ଲୋକଙ୍କୁ ଘଟଣା ସଂପର୍କରେ ଖବର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପହଞ୍ଚି ନାହାନ୍ତି । କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ସରକାରୀ କ୍ୱାର୍ଟର୍ସରେ ପଡ଼ିରହିଛି । କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାର ତଦନ୍ତ କରୁଛି ।