ମାର୍ଚ୍ଚ ୫ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

0
83
ମାର୍ଚ୍ଚ ୫

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୯/୦୨) : ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସୂଚନା ଦେଇଛନ୍ତି ।

ହେଲେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ଏହି ଗ୍ରସ୍ତ ସମୟରେ ଚଣ୍ଡିଖୋଲ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଏକ ସାଧାରଣ ସଭାରେ ମୋଦି ଉଦବୋଧନ ଦେବେ । ଏହାସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୫ ତାରିଖରେ ମୋଦି କେତେବେଳେ ଓଡ଼ିଶାରେ ପହଞ୍ଚିବେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ଏହାସହ ମୋଦିଙ୍କର ଏହି ଦିନିକିଆ ଗ୍ରସ୍ତରେ ଆଉ କିଛି କାର୍ଯ୍ୟକ୍ରମ ରହିଛି କି ନାହିଁ ତାହା ଜଣାପଡ଼ିନାହିଁ ।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଚର୍ଚ୍ଚା ହେଉଛି । ତା’ ପୂର୍ବରୁ ମୋଦି ଓଡ଼ିଶା ଆସିବା ଅନେକ ଦିଗକୁ ଇଙ୍ଗିତ କରୁଛି। ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଫେବ୍ରୁଆରୀ ୩ ତାରିଖରେ ଦିନିକିଆ ସମ୍ବଲପୁରର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଏମ୍‌ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।