ଋଣ ବୋଝରେ ଫସି ଜୀବନ ହାରୁଛନ୍ତି ଅନ୍ନଦାତା

0
49
ଋଣ ବୋଝରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୩/୦୩) : ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ । ଅନୁଗୁଳ ଛେଣ୍ଡିପଦାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ରାଜ୍ୟରେ ୨୪ ବର୍ଷ ଧରି ରହିଥିବା ସ୍ଥିର ବିଜେଡି ସରକାରର ଅପାରଗତାରୁ ବଢୁଛି ଚାଷୀଙ୍କ ଦୁର୍ଦ୍ଦଶା । ଋଣ ବୋଝରେ ଫସି ନିରୂପାୟ ହୋଇ ଜୀବନ ହାରୁଛନ୍ତି ଅନ୍ନଦାତା । ବାରମ୍ବାର ଏମିତି ଘଟଣା ଦେଖିବାକୁ ମିଳୁଛି । ଅନୁଗୁଳ ଛେଣ୍ଡିପଦା ସାପୁଇ ସାହିରେ ପରିବା ଚାଷୀ ତ୍ରିନାଥ ପ୍ରଧାନ ଋଣ ଭାରରେ ମାନସିକ ଭାରସାମ୍ୟ ହରାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ପରିବା ଚାଷ ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ । ଅଭାବୀ ବିକ୍ରି ଓ ଆଶା ଜନଜ ଉତ୍ପାଦନ ଅଭାବରୁ ଋଣ ଶୁଝିବାରେ ଅସମର୍ଥ ହୋଇଥିଲେ ।
ତେବେ ପୋଲିସ୍ ତ୍ରିନାଥଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସେପଟେ ପୁଅକୁ ହରାଇ ବିଧବା ମାଆ ଭାଙ୍ଗି ପଡିଥିବାବେଳେ ତ୍ରିନାଥଙ୍କ ପତ୍ନୀ ଓ କୁନିକୁନି ଛୁଆଙ୍କ ମୁଣ୍ଡରେ ଛିଡି ପଡିଛି ଦୁଃଖର ପାହାଡ଼ ।