ବେଆଇନ ପଥର ଗାଡି ଜବତ

0
57
ବେଆଇନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୬/୦୩) : ପାରୁନାହିଁ ମାଇନିଂ ବିଭାଗ । ଆକ୍ସନ ମୋଡ଼ରେ ନୀଳଗିରି ପୋଲିସ । ବାଗୁଡିରୁ ବେଆଇନ ପଥର ବୋଝେଇ ହୋଇ ନୀଳଗିରି ଆସୁଥିବା ୬ ଟି ଡ଼ମ୍ଫର କୁ ବାରାକୋଇଲି ଛକରେ ଜବତ କଲା ନୀଳଗିରି ପୋଲିସ ।

୬ ଜଣ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠେଇ ଦିଆଯାଇଛି । ନୀଳଗିରି ରେ ମାଇନିଂ ବିଭାଗ ଅଫିସ ନଥିବାରୁ ଦିନକୁ ଦିନ ବେଆଇନ ପଥର, ବାଲି ଓ ମୋରୋମ ବ୍ୟାପକ ଚୋରା ଚାଲାଣ ହେଉଥିବା ଦେଖାଦେଇଛି । ରାଜସ୍ୱ ବିଭାଗ ନିରବ ଥିବାବେଳେ ମାଇନିଙ୍ଗ ବିଭାଗ ପାରୁନଥିବା ଯୋଗୁଁ ନୀଳଗିରି ବଢୁଛି ଚୋରା ଖଣିଜ ଦ୍ରବ୍ୟର ଲୁଟ ।