ବାଲେଶ୍ୱର ଡାକ୍ତରଖାନାରେ ରୋଗୀ ଦେଖୁଥିଲେ ନକଲି ଡାକ୍ତର; ଧରାପଡ଼ିଲେ

1
65
ବାଲେଶ୍ୱର ଡାକ୍ତରଖାନାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୩/୧୦) : ମେଡ଼ିସିନ ୱାର୍ଡରେ ପଶି ରୋଗୀ ଦେଖି ମେଡିସିନ ଲେଖୁଥିଲେ । ସନ୍ଦେହ ହେବାରୁ ଧରାପଡ଼ିଲେ ନକଲି ଡାକ୍ତର ।

ଘଟଣା ଘଟିଛି ବାଲେଶ୍ୱରର ମେଡ଼ିକାଲ କଲେଜ ହସପିଟାଲରେ । ପୁଲିସ ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନକଲି ଡାକ୍ତର ଜଣଙ୍କ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍‌ ଲେଖୁଥିଲେ । ଅନ୍ୟ ମେଡିକାଲ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହ ବଢ଼ିଥିଲା । ଏନେଇ ଡାକ୍ତରଖାନାରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ଜଣାଇଥିଲେ। ସିକ୍ୟୁରିଟି ଗାର୍ଡ ନକଲି ଡାକ୍ତରଙ୍କୁ ପଚରାଉଚରା କରିଥିଲେ । ଏନେଇ ନକଲି ଡାକ୍ତର ଓ ସିକ୍ୟୁରିଟି ଗାର୍ଡ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ।

ପରେ ନକଲି ଡାକ୍ତରଙ୍କୁ ଧରି ଥାନାକୁ ଆଣିଥିଲା। ସେଠାରେ ପୁଲିସ ନକଲି ଡାକ୍ତରକୁ ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ କିଏ ସେ ନକଲି ଡାକ୍ତର, ତାଙ୍କର ପରିଚୟ କ’ଣ ପୁଲିସ ତାହାର ତଦନ୍ତ କରୁଛି। ଏହାସହ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ମଧ୍ୟ ଏହି ବିଷୟରେ ପୁଲିସ ପଚରାଉଚରା କରୁଛି।

1 COMMENT

Comments are closed.