କନ୍ଧମାଳ ସାଂସଦ ଙ୍କ ଦ୍ୱାରା ୧୫ କୋଟିର ଉଚ୍ଚ ସ୍ତରୀୟ ବିଜୁ ସେତୁ ଶିଳାନ୍ୟାସ

0
109
କନ୍ଧମାଳ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୬/୩) : ବାଲିଗୁଡା ରୁ ସାଇନପଡାକୁ ସଂଯୋଗ କରୁଥିବା ଜାଡାବାନ୍ଦା ଘାଟ ର ଖଡଗ ନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସ୍ତରୀୟ ବ୍ରିଜ l

କନ୍ଧମାଳ ସାଂସଦ ଙ୍କ ଦ୍ୱାରା ୧୫ କୋଟିର ଉଚ୍ଚ ସ୍ତରୀୟ ବିଜୁ ସେତୁ ଶିଳାନ୍ୟାସ l ଚିରସ୍ରୋତା ଏହି ଖଡଗ ନଦୀ ଉପରେ ବିଜୁ ସେତୁ ଯୋଜନାରେ ଏକ ବ୍ରିଜ ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ l ବାଲିଗୁଡା ସହର ର ଏନ.ଏଚ ୫୯ ରାସ୍ତାରୁ କ.ନୂଆଗାଁ ବ୍ଲକ ର ସାଇନପଡା,କୁଡୁତେଲି ଓ ମହାସିଙ୍ଗ ପଚାୟତ ସମେତ ଫୁଲବାଣୀ ଜିଲ୍ଲା ସଦର ମହକୁମା କୁ ଯୋଗାଯୋଗ ର ମୁଖ୍ୟ ମାଧ୍ୟମ ସାଜିବ ଏହି ବ୍ରିଜ l ଏଥିପାଇଁ ୧୫ କୋଟି ୪୭ ଲକ୍ଷ ଟଙ୍କା ଅର୍ଥ ରାଶି ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବାଲିଗୁଡା ସହରର ୩ ଓ ୫ ନମ୍ବର ୱାର୍ଡ ସମେତ କ.ନୂଆଗାଁ ବ୍ଲକ ର ସାଇନପଡା, କୁଡୁତେଲି, ମହାସିଙ୍ଗ ପଂଚାୟତ ବାସୀ ଏହି ବ୍ରିଜ ନିର୍ମାଣ ଦ୍ୱାରା ଉପକୃତ ହେବେ l

ତେବେ ଖଡ୍ଗ ନଦୀରେ ବ୍ରିଜ ନିର୍ମାଣ ନେଇ ଦୀର୍ଘ ଦିନର ଆଶା ପୂରଣ ହୋଇଥିବା ନେଇ ଖୁସିବ୍ୟକ୍ତ କରିଛନ୍ତି ଅଂଚଳ ବାସୀ l ବ୍ରିଜ ନିର୍ମାଣ ନେଇ ୧୫ କୋଟି ରୁ ଉର୍ଦ୍ଧ ରାଶି ମଞ୍ଜୁରୀ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅଂଚଳବାସୀ l ଏହି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ l